ମାନବିକତା ହିଁ ଶ୍ରେଷ୍ଠ ଧର୍ମ
ହୃଦୟେ ବିରାଜୁ ଦୟା ଓ କ୍ଷମା,
ମନରେ ନ ରହୁ ସ୍ୱାର୍ଥଟି ଜମା ।
ସ୍ନେହ ପ୍ରେମ ପ୍ରୀତି ବାଣ୍ଟିବା ସଦା,
ମୁଖେ ନ କରିବା କାହାରି ନିନ୍ଦା ।
ଶାନ୍ତି ଓ ମୈତ୍ରୀର ଭାବକୁ ନେଇ,
ପ୍ରେମର ସଙ୍ଗୀତ ଯିବାରେ ଗାଇ ।
ଈର୍ଷା ଦ୍ୱେଷ ଠାରୁ ରହିବା ଦୂରେ,
ମିଠା କଥା ପଦେ ମନକୁ ହରେ ।
ମୁଖେ ଶୋଭାପାଏ ନିର୍ମଳ ହସ,
ହୃଦୟକୁ କରେ କ୍ଷଣକେ ବଶ ।
ମାନବିକତାକୁ ବ୍ରତ ଯେ ମାନି,
ସଂସାରେ ବନିବା ଆମେରେ ଦାନୀ ।
ଛଳ କପଟକୁ ନ କଲେ ତ୍ୟାଗ,
ଆଜୀବନ ଦୁଃଖ କରିବା ଭୋଗ ।
ମୋହ ମାୟା ଲୋଭ ଅଟଇ ପାପ,
ମୁକ୍ତିର ମାର୍ଗ ଯେ ଈଶ୍ୱର ଜପ ।
ବିଶ୍ୱାସ କାହାର ଭାଙ୍ଗିବା ନାହିଁ,
ଅବିଶ୍ୱାସୀ ବନିଯିବାରେ କାହିଁ ?
ଉତ୍ତମ ଚରିତ୍ର କଲେ ଗଠନ,
ଶୁଚିମନ୍ତ ହେବ କାୟ ଓ ମନ ।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ, ଯାଜପୁର