ମହାପ୍ରଭୁ ତୁମେ
ମହାପ୍ରଭୁ ତୁମେ ଜଗତ ପାଳକ
ଜଗନ୍ନାଥ ପରଂବ୍ରହ୍ମ
ତୁମ ହିଁ ତ ଆଦି ତୁମେ ହିଁ ଅନାଦି
ତୁମେ ହିଁ ତ ସାର୍ବଭୌମ।
ଚରାଚର ସୃଷ୍ଟି ତୁମରି ଭିଆଣ
ସ୍ଥାବର ଜଙ୍ଗମ୍ କୀଟ
ମୂକ ମୁଖେ ଭାଷା ଅନ୍ଧର ନୟନ
ଛୋଟା ପାଇଁ ତାର ବାଟ।
ଯେତେବେଳେ ଯିଏ ଡାକିଛି ତୁମକୁ
ତା ପାଖରେ ହୁଅ ଠିଆ
ଜଳ ରେ ହେଉ ବା ଘୋର ଅରଣ୍ୟରେ
ହୋଇଛ ତାହାଙ୍କୁ ସାହା।
ଭାରି ସଭା ମଧ୍ୟେ କା ଲାଜ ରଖିଛ
କାହାକୁ ଦେଇଛ ଅନ୍ନ
କାହାପାଇଁ ତୁମେ ସୈନିକ ସାଯିଛ
କାହାର ଫେଡ଼ିଛ ଦୈନ୍ୟ।
ଏମିତି ଠାକୁର ଜଗତେ ବିରଳ
ତୁମେ ଜଗତ ବାନ୍ଧବ
ଏ ଦୀନ ଅଧମ ପଶୁଛି ଶରଣ
ଚରଣେ ଶରଣ ଦେବ।
ବିଜୟ କୁମାର ସ୍ବାଇଁ,
ପ୍ରଧାନ ପଡା, କଟକ।