ମହକୁ ମହକ ରାଶି
କବିତା ଦେହରୁ
କବିତା କୁସୁମ ଫୁଟି ଉଠୁ ତୁମ
ସାହିତ୍ୟ ଉଦ୍ୟାନେ ସୁଷମା ଧରି,
ଜାଗି ଉଠ କବି କାବ୍ୟରେ ପୃଥିବୀ
ପୂରି ଉଠୁ ଦିଅ ମହକ ଭରି!
ରାଶି ରାଶି କାବ୍ୟ ଭବ ଜୀବ ଭାବ
ରସ ମହକରେ ମହକୁ ଧରା,
ଦିଅ ଦିବ୍ୟ ଜ୍ଞାନ ନିଖିଳ ଜୀବନ
ମସୀମୁଖେ ପେଶି ଖୁସିର ଧାରା,
ହଟି ଯାଉ କ୍ଷୁଧା ଅତ୍ୟାଚାର ବାଧା
ହସି ଉଠୁ ପ୍ରାଣ ପୁଲକେ ଭରି,
କବିତା କୁସୁମ ଫୁଟି ଉଠୁ ତୁମ
ସାହିତ୍ୟ ଉଦ୍ୟାନେ ସୁଷମା ଧରି!
ଦୃପ୍ତେ ଚାଳ ମସୀ ଭାଙ୍ଗି ଦିଅ ଅସୀ
ଯାଉ ହଟି ଯାଉ ରଣ ର ଦାଉ,
ଧରା ବିପର୍ଯ୍ୟୟ ଯାଉ ରୋଗ ଭୟ
ସଂସାରେ ପ୍ରେମର ମଳୟ ବହୁ!
ଅନ୍ତର ତୁମର କାନ୍ଦୁ ନିରନ୍ତର
ଦୁଃଖୀ ଦୁଃଖଦେଖି ହେଉ ଅଧୀର,
ବିଦ୍ରୋହର ବହ୍ନି ଜଳାଅ ଅବନୀ
ଭ୍ରଷ୍ଟାଚାରୀ ପାଇଁ ହୁଅ କଠୋର,
ଜୀବନ ପ୍ରଗତି ସଂସ୍କୃତି ଶକତି
ଭରି ଦିଅ ଶକ୍ତେ ଲେଖନି ଧରି,
ଜାଗି ଉଠ କବି କାବ୍ୟରେ ପୃଥିବୀ
ପୂରି ଉଠୁ ଦିଅ ମହକ ଭରି।
କବିତା ମହକ ଭୁବନେ ପୁଲକ
ଆଣି ଦେଉ ସୁଖ ସରାଗ ଭରି,
ଜାଗି ଉଠ କବି ବିଶ୍ୱ ଅନୁଭବୀ
ଧରା ହେଉ କାବ୍ୟ କୁସୁମ ପୁରୀ!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ