ଗଳ୍ପ – ମେରୁଦଣ୍ଡ
ଗାଁ ଦାଣ୍ଡ ଠାକୁର ଘର ଅଗଣା ।ଖେଳୁଥିଲେ ଦୁଇ ଜଣ ଭାଇ ଭଉଣୀ ହଠାତ ରାମୁର ଗୋଡ ଖସି ଗଲା । ତଳେ ପଡୁ ପଡୁ ଚିତ୍କାର କରି ଉଠିଲା ହେ..ମାଆ…ମରିଗଲି ।ରିଙ୍କି ଖରତରେ ଯାଇ ଭାଇ ରାମୁଙ୍କୁ ଉଠାଇ ଝାଡି ଝୁଡି ଦେଇ ଲୁହ ପୋଛି ଦେଲା ବେଳେ ହଠାତ ଯେମିତି ରାମୁର ହୃଦୟାଗ୍ନିରେ ରିଙ୍କି ଶୀତଳ ଜଳ ଢ଼ାଳି ତା ହୃଦୟ ନିଆଁକୁ ସୁଶୀତଳ କରିଦେଇ ଦୁଇ ଟୋପା ନେତ୍ରାଶ୍ରୁ ଗଡେଇ ଦେଲା ।ରିଙ୍କି ଆଖି ଲୁହ ଦେଖି ରାମୁ କହିଲା ନା ରିଙ୍କି ମୋର କିଛି ହୋଇ ନାହିଁ ।ରିଙ୍କି ଆହୁରି ଜୋରରେ କାନ୍ଦି ଉଠିଲା ।ରାମୁ କହିଲା ଆରେ ପାଗଳୀ ତୁ କାନ୍ଧଛୁ ମୁଁ ପରା କହିଲି ମୋର କିଛି ହୋଇ ନାହିଁ ପୁଣି କାନ୍ଦୁଛୁ.. ।ରିଙ୍କି କହିଲା ଯଦି ତୋର କିଛି ହୋଇ ନଥିଲା ତାହାଲେ ତୁ ପଡି ଯାଇ ବାପାଙ୍କୁ ନ ଡାକି ମାଆଙ୍କୁ କାହିଁକି ଡାକୁଥିଲୁ । ମାଆ ସବୁବେଳେ ସବୁ ସନ୍ତାନ ସନ୍ତତିଙ୍କ ଆଗରେ ଥିଲା ବେଳେ ବାପ କାହିଁକି ଆଗକୁ ଆସେନି ।ବାପ କଣ ସନ୍ତାନ ମାନଙ୍କ ପାଇଁ କିଛି କରେ ନି ଆଉ ଯଦି କରେ ସେ ପଛରେ କାହିଁକି ?
ରାମୁ କହିଲା ଆଲୋ ହୁଣ୍ଡି ତୋ ଆଖି ପାଣି ପ୍ରଥମେ ବନ୍ଦ କର ।ତାପରେ ମୋ କଥା ଶୁଣିବୁ, ବାପା ପଛରେ କାହିଁକି ?
ଭାଇ ରାମୁ କଥା ଶୁଣି, ରିଙ୍କି କହିଲା ଭାଇ ତେବେ ତୁ କହ। ମୁଁ ମୋ ଆଖି ପାଣି ବନ୍ଦ କରୁଛି ।
ରାମୁ କହିଲା ! ଦେଖ ରିଙ୍କି, ମାଆ ଯେତେବେଳେ ଦଶମାସ ଦଶଦିନ ଗର୍ଭରେ ଧରେ ତାକୁ ଦୁନିଆ ଦେଖେ। ଆହୁରି ତା ଠାରୁ ବଡ କଥା ମାଆ ନିଜ ସ୍ତନ ଭାଙ୍ଗି ସନ୍ତାନକୁ କ୍ଷୀର ଦେଲାବେଳେ ବୁଦ୍ଧି ଜୀବୀଙ୍କ କଲମରୁ ନିସୃତ ହୋଇଥାଏ ମାଆମାନଙ୍କ ପ୍ରତି ଶ୍ରଦ୍ଧା ଆଉ ସହାନୁଭୂତିର ଶବ୍ଦ। ସେହି ଶବ୍ଦ ଯେତେବେଳେ ସବୁ ବେଦ ପୁରାଣରେ ପ୍ରମାଣିତ ଅଛି ।ତେଣୁ ମାଆ ଉର୍ଦ୍ଧରେ ରହେ । ଏଣୁ ସବୁ ସନ୍ତାନ ମାନଙ୍କ ମୁହଁରେ ମାଆ ଶବ୍ଦଟି ଆଗକୁ ନ ଆସନ୍ତା ବା କାହିଁକି ?
ଯେତେବେଳେ ସନ୍ତାନଟି ମାଆ ଗର୍ଭରେ ସଂଚାରିତ ହୁଏ।ସେବେଠାରୁ ବାପ ପ୍ରତିଜ୍ଞା କରିନିଏ। ଯେ ପର୍ଯ୍ୟନ୍ତ ମୋ ଦୁଇ ବାହୁରେ ଶକ୍ତି ପ୍ରବାହିତ ହେଉଥିବ ସେ ପର୍ଯ୍ୟନ୍ତ ମୁଁ ମୋ ପିଲାକୁ ଲାଳନ ପାଳନ କରି ଚାଲିଥବି। ସେ ନିର୍ବିଘ୍ନ ନିଃସନ୍ଦେହ ନିର୍ଦ୍ବନ୍ଦରେ ରହି ତାର କର୍ତ୍ତବ୍ୟ କରି ଚାଲେ ।
ମାଆ ପିଲାମାନଙ୍କ ପାଇଁ ବିନା ଦରମାରେ ସେବାରେ ଲାଗିଥାଏ।ବାପ ମାସ ସାରା କାମ କରି ସବୁତକ ଦରମା ଘର ପଛରେ ଲଗେଇ ଦିଏ ।ମାଆ ନ ଖାଇ ତା ପିଲାମାନଙ୍କୁ ଖୋଇଦିଏ । ଘରେ ଯଦି ଭଲ ଖାଦ୍ୟ ପେୟର ବ୍ୟବସ୍ଥା ହୋଇଥାଏ ତାହାଲେ ବାପା ସମସ୍ତେ ଖାଇ ସାରିଲା ପରେ ବଳିଲେ ଖାଏ ନଚେତ ଲୁଣ ଲଙ୍କାରେ ଦିନ କାଟି ଦିଏ ।ମାଆର ଆଲମାରୀରେ ଲୁଗା ଭରା ଥିଲା ବେଳେ ବାପ ସେହି ଡିଉଟି କପଡା କେଇ ଖଣ୍ଡ ସାଇତି ରଖି କୁହେ ଆରେ ମୋ ଏଇ କପଡ଼ା ଗୁଡା ତ ଅରଖ ନୂଆ ପରି ଲାଗୁଛି ।ତୁମେ ତୁମ ପାଇଁ କପଡା କିଣ ମୋର ଆବଶ୍ୟକ ନାହିଁ ।ବାପ ଭଙ୍ଗା ସାଇକେଲରେ ଖଣ୍ଡେ ସିଟ୍ କଭର ନ ପକେଇ ପିଲାମାନଙ୍କୁ ମୋଟର ବାହାନ ଦେଇ ପିଲାଙ୍କ ସୁଖ ଦେଖେ ହେଲେ ବାପ କୌଣସି ସ୍ରଷ୍ଟାଙ୍କ ସୃଜନୀକୁ ନ ଆସୁଥିଲେ ମଧ୍ୟ ସେ ପରିବାର ବା ପିଲାଙ୍କର ମେରୁଦଣ୍ଡ ସଦୃଶ ।ଗୋଟିଏ ମଣିଷର ପଛ ପଟରେ ରହି ମେରୁଦଣ୍ଡ ଯେମିତି ସବୁ କ୍ଷେତ୍ରରେ ସାହାଯ୍ୟ କରେ ଆଉ ତା ବିନା ମଣିଷଟି ଠିଆ ହେବା ଅସମ୍ଭବ ।ସେହିଭଳି ବାପ ବିନା ପିଲାମାନଙ୍କ ଅସ୍ଥି ମେରୁଦଣ୍ଡ ବିହୀନ ।ଏଣୁ ରିଙ୍କି ଏବେ ବୁଝିଲୁ ତ ବାପ କଣ ?
====================
ଗାଳ୍ପିକ-ଉମାକାନ୍ତ ଦାସ
ଲାଲବାଗ, ଖାନନଗର
ମଙ୍ଗଳ ପୁର ,ଯାଜପୁର
୯୮୭୩୨୩୬୪୪୧