କା ବିଦ୍ୟା!
କାନ୍ଦକୁ କରୁଣାରେ
ଲୁହକୁ ଲାସ୍ୟମୟୀର
ସୁନା ହସରେ
ବନ୍ଧନକୁ
ମୋକ୍ଷର ମେଘମାଳାରେ
ବଦଳାଇ ଦିଏ।
ରେଗିସ୍ଥାନରେ ଫୁଟାଏ
ପାରିଜାତ
ଇର୍ଷାକୁ ଶିଖାଏ ପ୍ରେମର ପରମାର୍ଥ
ଗୋଟିକ ପରେ ଗୋଟେ ଦୁଆର
ଖୋଲି ଖୋଲି
ଠିଆ କରେଇ ଦିଏ ସୁଡ଼ଙ୍ଗ
ଶେଷରେ ଯୋଉଠୁ
ଆଲୁଅ କି ଅନ୍ଧାର କିଛି
ଜମା ଜଣାପଡେ ନାହି।
ମାର୍ଗ ହିଁ ମଲା ଲୋକଙ୍କୁ
ମଶାଣି ନେବାର ବାଟ।
ଜୀଇଁ ଥିବା ବେଳେ
ବାଟ ଖୋଜି ଖୋଜି
ଅବାଟରେ ପଡେ ପାଦ।
ବନ୍ଦ କବାଟ ପାଖରେ
ଯେତେ ମୁଣ୍ଡ କଚାଡିଲେ ବି
ସିମ୍ ସିମ୍ ଖୋଲି ଯିବାର ମନ୍ତ୍ରଟିଏ
ଶିଖି ହୁଏନି ତ!
ଦେହ ମନରେ
ଗୁଡେଇ ହୋଇଥିବା
ସରୀସୃପ ମାନଙ୍କ ପରି
ହସ୍ତପଦ ହୀନ ରଶି ଖୋଲି ଦିଏ
କେଉଁ କବିତା?
ମୁକ୍ତି ଖୋଜାର
ଅତୁଟ ବନ୍ଧନରୁ ମୁକାଳେ ,
କା ବିଦ୍ୟା!!!
—————————-
ଅନ୍ଦୁଳି
କେନ୍ଦ୍ରାପଡ଼ା
ମୋ-୯୪୩୮୧୪୦୯୯୯
————————–—
excellent and outstanding blog. I actually wish to thank you,
for providing us far better details.
I think this is among the most significant information for
me.
And i am glad reading your article. But want to remark on few general things,
The site style is ideal,
the articles is really nice
: D. Good job, cheers