ମାଁ

ମୋର୍ ଆଖି ନୁ ଝରିଗଲେ ଗୋ ମାଁ
ଧାର୍ ଧାର୍ ହେଇ ପାନି
ସୋର୍ ପଡି ଜାଏସି ମାଁ ତୋର୍
ସେ ଚିରା ପନତ୍ କାନି।।୧

କିଲି୍ କିଲ୍ ଅନ୍ଧାର୍ କେ ଦେଖିଦେଲେ
ମୁଇଁ ଡର୍ହେ ରହି ଜାଏ ସର୍ପଟି
ମନେ ପଡ୍ସି ମାଁ ତୋର୍ ସେ କଥା ମତେ
ଧରୁ ଅଧରାତି ତୁଇ ଉଠି।।୨

ବୁଆକେ ମୋର୍ ଦମ୍ ନି ପୁରେ
ନାଇଁ ବାହାରେ ପଦ୍ ମୁହେଁ
ତତେ ମନର୍ କଥା କହି ହେସି
ତୁଇ ବାନ୍ଧିଛୁ ମତେ ସେହ୍ନେ।।୩

ତୋର୍ ପାଖେ ଏତେ ଗେଲ୍ ଲାଡ୍
ହେସି ମା ନାଇଁ ଜାନି ମୁଇଁ
ମୋର୍ ଅର୍ଦ୍ଦଲି ଅଝଟ୍ କେ ସବୁ ଜାକ
ହଁସି ଦେଇ ଜାଏସୁ ସହି।।୪

ବାଟ୍ ଚାଲୁଥିଲେ ପଡ଼ିଗଲେ ହିଟି
ପାସକେ ଦଉଡି ଆଏସୁ
ଜରେ ତପେ ମୁଇଁ କୁହୁଁରୁ ଥିଲେ
ମୋର୍ ପାଖେ ବସିଥିସୁ।।୫

ଗେଲ୍ କର୍ସୁ ତୋର୍ କୁଲେ ବସେଇ।
ଛୋଟ୍ ଥିଲା ବେଲେ ମୁଇଁ
ହର୍ମେସା କୁଲେ ଧରି ବୁଆଧନ କରୁ
କାନ୍ଦୁଥିଲେ କଇଁ କଇଁ।।୬

ତୋର୍ନୁ କଥା କହେବାର୍ ସିଖିଛେଁ ଗୋ
ପହେଲା ଅଖର୍ ଡାକ୍ଲିଁ ମାଁ
ମୋର୍ ଦୁଖେ ସୁଖେ ସବୁବେଲେ ତୁଇ
ହେଇ ଆସିଛୁ ଗୋ ସାହା।।୭

ମତେ ଝୁମରା ନାଇଁ ଲାଗୁଥିଲେ
ଗାଇ ସୁଆଉଥିଲୁ ଲୋରି
ସେ ଦିନ୍ ଟା କେ କେନ୍ତା କରି ମୁଇଁ
ଜିମି ଗୋ ସହଜେ ଭୁଲି।।୮

ଯେତେ ଗାଏଲେ ତୋର୍ ଗୁନ୍ ମାଁ
କେଭେଁ ତ ସରେ ନାଇଁ
ତୁଇ ଆଉ ସଏକାତେ ମାହାପୁରୁ
ତୋର୍ନୁ ବଡ୍ ନାଇଁନ କେହି।।୯

ଦିଲେଶ୍ଵର ମେହେର
ବିଜେପୁର/ବରଗଡ଼

Leave a Reply

Your email address will not be published. Required fields are marked *