ମଉନ ମୂର୍ତ୍ତି
ମଉନ ମୂର୍ତ୍ତି ଅକୁହା କାହାଣୀ
ବୁଝୁଅଛି ଅବା କିଏ
ସମସ୍ତଂକ ମନେ ହରସ ଭରେ ଯେ
ସେ ନିଜେ ଦୁଃଖରେ ଥାଏ
କାହିଁ କେତେ କାଳୁ ଗଢା ସେ ହୋଇଛି
ଜୀବନ୍ତ ପରି ତା ରୂପ
ସମସ୍ତଂକ ମୁଖେ ହସ କୁ ଫୁଟେଇ
ନିଜେ ପାଉଥାଏ ଦୁଃଖ
ଇତିହାସେ ଦିନେ ପଢ଼ିଥିଲି ତାକୁ
ଦେଖିଥିଲି ଖଣ୍ଡଗିରି ରେ
ଶରୀରେ ତାହାର କ୍ଷତ ବିକ୍ଷତ ର
ଦେଖା ହୁଏ ପ୍ରତି ଅଙ୍ଗେ
କେବେ ସିଏ ଥାଏ ଗୁମ୍ଫା ର ଭିତରେ
କେବେ ମନ୍ଦିର ଦେହରେ
କେବେ ନାମ ତାର କଳାସ୍ଥାପତ୍ୟ ରେ
କେବେ ପୁଣି ଇତିହାସ ରେ
ଧନ୍ୟ କାରିଗର ସିଏ
ଗଢି ଅଛି ତୋତେ ଏତେ ଯତନ ରେ
ସୁନ୍ଦର ତୃପ୍ତି ଟି ସିଏ
ଶୁଭଶ୍ରୀ ମହାପାତ୍ର (ଭଦ୍ରକ)
48 total views, 1 views today