ମାଟି
କଳ୍ପନା ରାୟ
ମାଟି ନୁହେଁ ସେ ମାଆ….ଟି
ଫୁଲ ଫଳର ଗନ୍ତାଘର ସେ
ଶିଶୁ ଉଠି ପଡ଼ି ଚାଲେ ଟି
ଦିନେ ଖାଇଥିଲେ କୃଷ୍ଣ ତାକୁ ତ
ଦେଖାଇ ଥିଲେ ଯଶୋଦାଙ୍କୁ ପାଟି
ଯଶୋଦା ଦେଖିଲେ ଵିଶ୍ବ ଵ୍ରହ୍ମାଣ୍ଡ
ଵୁଲାଇଥିଲା ତାଙ୍କ ମୁଣ୍ଡ ଟି
ମାଟି ନୁହେଁ ସେ ମାଆ….….ଟି
ସମସ୍ତଙ୍କର ସେ ଧାତ୍ରୀ, ଶିକ୍ଷୟିତ୍ରୀ
ଶିଶୁରୁ ଯତ୍ନ ସେ ନିଏ .…. ଟି
ତା ଦେହରେ ଖେଳେ ଗଙ୍ଗା ଯମୁନା
କି ସୁନ୍ଦର ସାଗର ବେଳାଭୂମି ଟି
କେତେ ଯେ ଖଣିଖାଦାନ ସିଏ ରଖିଛି
ଆମ ସୁଖ ପାଇଁ ଯତନେ ଅତି
ମାଟି ନୁହେଁ ସେ ମାଆ ……….ଟି
ତା ଦେହରେ ବଢେ କେତେଗଛଲତା
ଫୁଲ ଫଳ ଆଉ ଔଷଧ ବୃକ୍ଷ ଟି
ଏଇମାଟିରେ ପାଉ ଜ୍ଞାନ ନିର୍ଝରଣୀ
ଧାନ ବେଦଉପନିଷଦ ପୁରାଣ ପୋଥି
ଝୁରି ହୁଅନ୍ତି ଦେବତା ଆଉ ଦେବୀ
ଥରକୁ ଥର ଜନ୍ମ ନେବା ପାଇଁ ଏଇଠି
ଏଇଠି ଜନ୍ମ ପ୍ରତାୟଣା ପୁଣି ପ୍ରେମୀ
ମିଛସତ ଆଉ ପୁଣ୍ୟଵାନ ପୁଣି ପାପୀ
କିଏ କରେ କାମ ସାଥି ହୋଇ ତ
କିଏ ପୁଣି ଶିଖେ କାଟି ଆଙ୍ଗୁଠି କାଟି
ରାମାୟଣମହାଭାରତ ଗ୍ରନ୍ଥ ଜନ୍ମଏଠି
ପୁଣ୍ୟଭୂମି ଭାରତଦେଶ ଯା ଜନ୍ମମାଟି
ଆଉ କ’ଣ ତାର ଦରକାର କୁହ ଟି
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର ।
273 total views, 1 views today