July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

 *ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ* (କବିତା ସମୀକ୍ଷା) —

 *ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ* (କବିତା ସମୀକ୍ଷା)

କବି- ଶ୍ରୀଯୁକ୍ତ ଚିତ୍ତରଞ୍ଜନ ନାୟକ

ସମୀକ୍ଷା- ମନୋଜ କୁମାର ପଣ୍ଡା

ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ ଏହି ବାକ୍ୟଟିକୁ ଶୁଣିଲେ ଯାହାର ବି ହେଲେ ଆପଣା ଛାଏଁ ତାହାର ମୁହଁରୁ ବାହାରି ଆସିବ କଣ’ ? ବୋଲି , ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ ଇଏ କେମିତି କା କଥା ବା , ସୂର୍ଯ୍ୟୋଦୟ ହେବା ମାତ୍ରେ ତାର ସୁନେଲି କିରଣ ସମସ୍ତଙ୍କ ଉପରେ ପଡିଥାଏ ହେଲେ ,ଆଉ କହୁଛ ସୂର୍ଯ୍ୟୋଦୟ ମାଟି ଛୁଇଁନି ସେ ମାଟି କଣ ଆଉ ଏହାର ରହସ୍ୟ ଉନ୍ମୋଚନ କରିବା ପାଇଁ ମୋର ବଡ଼ ଭାଇ ଚିତ୍ତରଞ୍ଜନ ନାୟକ ଙ୍କ ପ୍ରଥମ ଶବ୍ଦ କୋଣାର୍କ “ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ” ପଢିବା ଚାଲନ୍ତୁ।

ଦୈନିକ ଗୋଟିଏ କବିତା କୁ ବାରମ୍ବାର ପଢିବା ଏବଂ ଏହି କବିତା ରେ କେଉଁଠି ମାଟି ରହିଛି ଆଉ ସୂର୍ଯ୍ୟୋଦୟ କିପରି ତା ଉପରେ ପଡି ନାହିଁ ଜାଣିବା। କାରଣ ତାଙ୍କ ର ପ୍ରତ୍ୟେକ ଟି କବିତା ରୁ ହଜାର ହଜାର ଉପନ୍ୟାସ ଲେଖା ଯାଇପାରେ ଏଥିରେ ଦ୍ୱିମତ ନାହିଁ।
ସ୍ୱପ୍ନ ତ ସମସ୍ତେ ଦେଖନ୍ତି ହେଲେ ସେହି ସ୍ୱପ୍ନ କୁ ତଳି କରି କେବେ ରୋପିଛନ୍ତି କି ନିଜ ବାଡ଼ିରେ ,ବଗିଚାରେ ଅବା ନିଜ ଛାତିରେ? ଉତ୍ତର ରେ ଆପଣ ମାନେ ସମସ୍ତେ କହିବେ ନା ହେଲେ ମୋ ବଡ଼ ଭାଇ ନିଜ ସ୍ବପ୍ନର ଚାରାକୁ ରୋପଣ କରୋଥିବା ବ୍ୟକ୍ତି ଙ୍କୁ ଭେଟି ଛନ୍ତି ଆଉ ସ୍ୱପ୍ନ ର ସେହି ଫସଲ ମାନଙ୍କ ର ସୌନ୍ଦର୍ଯ୍ୟ କୁ ଅନ୍ୟଜଣେ ନିଜ କ୍ୟାମେରା ରେ କଏଦ କରି ନଷ୍ଟାଲଜିକ ହୁଏ ସ୍ୱପ୍ନ ର ସେହି ସୁନା ଫସଲ ର ରଙ୍ଗ ଓ ମହକରେ ହଜାଇ ଦିଏ । ଆପଣ ମାନେ ପୁଣି ପ୍ରଶ୍ନ କରିବେ କି ମୁଁ ଏତେ କଥା କିପରି ଜାଣିଲି ବୋଲି , ଉତ୍ତର ରେ ମୁଁ ଆପଣଙ୍କୁ ତାଙ୍କ ପୁସ୍ତକ ର ପ୍ରଥମ କବିତା “ଫସଲ ଅମଳ” ପଢିବା ପାଇଁ କହିବି

ଜଣେ ସ୍ବପ୍ନଙ୍କୁ ଝାଳରେ ଗାଧୋଇ ରୋଇଚାଲେ
ବିଲରେ,ବାଡ଼ିରେ ଓ ଛାତି କୋରଡରେ ।
ଆଉଜଣେ ନଷ୍ଟାଲଜିକ ହୁଏ ଥରକୁ ଥର
ସ୍ୱପ୍ନର ରଙ୍ଗ ଓ ମହକ କୁ ବାନ୍ଧି ରଖେ
କ୍ୟାମେରାରେ,କାମାନରେ ଓ କବିତା ରେ।।

ସୂର୍ଯ୍ୟୋଦୟ ର ସୁନେଲି କିରଣ ଆମ ଉପରେ ପଡିଲେ ମନରେ ଶିହରଣ ଜାତ ହୋଇଥାଏ ହେଲେ ସମସ୍ତେ କଣ ଏହି ସୂର୍ଯ୍ୟୋଦୟ ର ପହିଲି କିରଣ ର ମଜା ନେଇପାରନ୍ତି ନାହିଁ । ଆପଣ ପ୍ରଶ୍ନ କରିବେ କାହିଁକି? ଦେଖନ୍ତୁ ସ୍ୱପ୍ନ କୁ ଝାଳନାଳ କରି ରୋପିଥିବା ବ୍ୟକ୍ତି ଙ୍କୁ ସେ ସେ ସ୍ୱପ୍ନ ରୋପିଲେ ହେଲେ ଏହାର ଫାଇଦା ଅନ୍ୟଜଣେ ଉଠାଇଲେ ଏବଂ ଆନନ୍ଦ ଅନୁଭବ ର ସୂର୍ଯ୍ୟୋଦୟ କୁ ଉପଭୋଗ କଲେ ଆଉ ପ୍ରଥମ ବ୍ୟକ୍ତି ଜଣଙ୍କ ମାଟି ସହିତ ମାଟି ହୋଇଥିଲେ ମଧ୍ୟ ସୂର୍ଯ୍ୟୋଦୟ ର କିରଣ ତାଙ୍କ ଉପରେ ପଡି ପାରିଲା ନାହିଁ। ଏହି କବିତା ରେ ବଡ଼ ଭାଇ ସମାଜକୁ ଗୋଟିଏ ବାର୍ତା ଦେଲେ କି ଚାଷୀମାନେ ମାଟି ସହିତ ମାଟି ହୋଇ ନିଜର ନିଦ କୁ ହଜାଇ ସ୍ୱପ୍ନ କଣ ଭୁଲିଯାଇଥିବା ବେଳେ ଅନ୍ୟମାନେ ଅସହାୟ ଚାଷୀର ଫାଇଦା ନେଇ ନିଜ କ୍ୟାମେରା ରେ ଫୋଟୋ ଉଠାଇ, ନିଜର କାମନାରେ ଟିକିଏ ଚାଷୀଙ୍କ ପ୍ରତି ହମଦର୍ଦ୍ଦି ଦେଖାଇ ଅନାବନା କବିତା ରୁ ପୁଳାଏ ଲେଖି ଏ ଅନ୍ଧ ସମାଜରୁ ବାଃ ବାଃ ଗୋଟାଇବା ରେ ମସଗୁଲ ହୁଅନ୍ତି।

ଜଣେ ଖୋଜିଚାଲେ ଜୀଇଁବାର ଜୀଵସାର
ମେଘରୁ, ମରୁଡି ରୁ , ମୋହରୁ ଓ ପଙ୍ଗପାଳ ଙ୍କ ପ୍ରେମରୁ।
ଆଉଜଣେ ବାଞ୍ଝ ମାଟିରୁ ଅଙ୍କୁରୋଉଥାଏ ସବୁଜ ବିଦ୍ରୋହ
ସାଇତି ରଖେ ଫାଶୀ ଦଉଡିରୁ ଖସୁଥିବା ଇନ୍ଦ୍ରଧନୁର ଲୁହ।।

ଜଣେ ପୋଡାବାଲିର ହିଡ କଡେ କଡେ
ଆକାଶ ମନସ୍କ ଦୁଃଖର ଦେବଦାସ
ଆଉଜଣେ ଦୟାର ଦଦରା ଡାଳକୁ ହାଣି ଚାଲୁଥିବା
କାହାଣୀଏ କୋହର କାଳିଦାସ।।

ଚାଲନ୍ତୁ ତାଙ୍କ କବିତା ର ଦ୍ୱିତୀୟ ପଂଙ୍କ୍ତି ରେ ମାଟିକିଏ ଆଉ ସୂର୍ଯ୍ୟୋଦୟ କିପରି ସେ ମାଟି ଉପରେ ପଡ଼ିନାହିଁ ଜାଣିବା।
ଯେତେବେଳେ ଚାଷୀ ମାନେ ପ୍ରକୃତିର କରାଳ ରୂପ ବନ୍ୟା ବାତ୍ୟା, ମରୁଡି ସହିତ ଲଢେ଼ଇ କରନ୍ତି ସେତେବେଳେ ବଡ଼ ବଡୁଆ ମୁଷ୍ଟିମେୟ ବ୍ୟକ୍ତିବିଶେଷ ମାନେ ଶିତ ତାପ ନିୟନ୍ତ୍ରିତ କୋଠରୀ ମଧ୍ୟରେ ରହି କୃଷକ ଏବଂ ଚାଷୀଙ୍କୁ ସହଯୋଗ କରିବା ଆଳରେ ବଜେଟ ଉପରେ ବଜେଟ ପାସ କରି ଚାଲନ୍ତି ଏବଂ ଲୋକ ଦେଖାଣିଆ ଅମୁକ ଯୋଜନା ସମୁକ ଯୋଜନା ପ୍ରସ୍ତୁତ କରି ଚାଲନ୍ତି ଏବଂ ନିଜ ପେଟ ପାଇଁ ଏବଂ ପରିବାରର ଚଉଦ ପୁରୁଷ ପାଇଁ ଧନ ସାଇତି ନିଅନ୍ତି। ହେଲେ ବିଚରା ଚାଷୀ ଭାଇଟି ଋଣ ପରିଶୋଧ ନକରି ପାରି ଫାଶୀ ଦଉଡିକୁ ଏକାନ୍ତ ନିଜର କରିନେଇ ମାଟି ସହତ ମାଟି ହୋଇଯାଏ ଏବଂ ସୁବିଧା ସୁଯୋଗ ର ସୂର୍ଯ୍ୟୋଦୟ କିରଣରୁ ବଞ୍ଚିତ ହୁଏ।

ପୁଣି କବି ଲେଖୁଛନ୍ତି

ଜଣେ ଜଖମି ହାଡରେ ଝୁଲେଇ ଥାଏ
ପ୍ରିୟତମ ଯନ୍ତ୍ରଣାର ତମାମ ପ୍ରମାଣ ପତ୍ର
ଆଉଜଣେ ଗାରେଇ ହେଉଥାଏ ଗୋପରୁ ମଥୁରା
ଖୋଜି ଖୋଜି ଆକ୍ତାମାକ୍ତା ଭାଗ୍ୟଙ୍କର ଭୌଗଳିକ ଚିତ୍ର।।

ଚାଷୀଟି ର ଦୁଃଖ ହେଉଛି ଏକାନ୍ତ ନିଜର , ସେ ତାକୁ ପାଛୋଟି ଆଣିଥିଲା ଘରକୁ କୁଣିଆ ଭାବରେ ହେଲେ ସେ କଣ ଜାଣିଥିଲା କି ସେ ଦୁଃଖ ତାର ସବୁଦିନ ପାଇଁ ସାଥି ହେବ ବୋଲି। ଚାଷୀଟି ଫାଶୀ ଲଗାଇ ଆତ୍ମହତ୍ୟା କଲାପରେ ମଧ୍ୟ ଦୁଃଖ ଯାଏ ନାହିଁ ବରଂ ଦୁଃଖ ର ପାଦୁର୍ଭାଵ ଅଧିକ ହୋଇଯାଏ। ଯେତେ ବେଳେ ଚାଷୀଟି ମରିଯାଏ ତାର ଅଭାଗିନୀ ସ୍ତ୍ରୀ ଟି ସମସ୍ତ ଦୁଃଖ ଯନ୍ତ୍ରଣା କୁ ଛାତିରେ ଲଦି ଦୟା ଏବଂ ସାହାଯ୍ୟ ର ସୂର୍ଯ୍ୟୋଦୟ ର କିରଣ ଟିକିଏ ପାଇବା ପାଇଁ ଏ ଅଫିସ ରୁ ସେ ଅଫିସ ଯାଇ ଶେଷରେ ନୟାନ୍ତ ହୋଇ ନିଜ ଭାଗ୍ୟଙ୍କର ଭୌଗଳିକ ସୂତ୍ର ଖୋଜିବୁଲେ।

ଶେଷ ପଙ୍କ୍ତି ରେ ଲେଖିଛନ୍ତି

ଜଣେ ଇତିହାସ ର ପୋଡା ଅଙ୍ଗାର ରୁ
ଥରକୁ ଥର କୁହୁଳୁ ଥିବା ରଡ଼ ନିଆଁ
ଆଉଜଣେ ଭୋକଙ୍କୁ ବଢ଼ଉଥାଏ ସୂର୍ଯ୍ୟଙ୍କର ଛାଇ
ଓ ଶୋଷଙ୍କୁ ସମର୍ପୁ ଥାଏ ଅନ୍ଧାରର ଆଁ।।

ଆମେ ଯଦି ଇତିହାସ ର ପୃଷ୍ଠା ଉଲଟାଇବା ତେବେ ଆମେ ପାଇବା କି ଗରିବ ଚାଷୀ ଟି ବଡ଼ ବଡୁଆ ଙ୍କ କାଖ ତଳେ ଚାପି ହୋଇ ନିଷ୍ପେସିତ ହୁଏ , ଚାଷୀ ଠାରୁ ସ୍ୱାଧୀନତା ର ସୂର୍ଯ୍ୟୋଦୟ କୁ ଛଡାଇ ନେଇ ମାଟି ସହିତ ମାଟି ହୋଇଯିବା ପାଇଁ ଜୁଲମ କରନ୍ତି ସମାଜର ମୁଷ୍ଟିମେୟ ପ୍ରଜାପତି ମାନେ।

ସର୍ବଶେଷରେ କହିବାକୁ ଗଲେ ବଡ଼ ବଡ଼ ବିତ୍ତଶାଳୀ ବିପଣିଦାର କରି “କୌନ ବନେଗା କରୋଡ଼ପତି” ହାଙ୍କ ମୁତାବକ ଉଚ୍ଚା ଆସନରେ ବସାନ୍ତି। ତା’ ତଳକୁ କୃଷିଜୀବୀ, ସେମାନେ କୋଟି ପତି, ଅର୍ବୁଦ ପତି ହୁଅନ୍ତି କି ନାହିଁ ଅଲଗା କଥା, । ସେମାନେ କୁଆଡେ ଅବିକା ସମାଜରେ ଏଇ ବୃତ୍ତିକୁ ଆଶ୍ରୟ କରି ବାରହୀନସ୍ତା ହୁଅନ୍ତି। ଅକଥନୀୟ ଅତ୍ୟାଚାର ଭୋଗନ୍ତି। ଅଭାବୀ ଧାନବିକ୍ରୀ, ଋଣ ଭାର ସମ୍ଭାଳି ନପାରି ଆତ୍ମହତ୍ୟା, ଝଡି-ବଢି- ମରୁଡ଼ିର ଶିକାର,ପଙ୍ଗପାଳ ଓ ଚକଡ଼ା ପୋକର ଦାଉ ଆଦି ବଡ଼ ବଡ଼ ହୋର୍ଡିଙ୍ଗ ଟାଙ୍ଗି ବଡ଼ ବଡୁଆ ମାନେ ଚାଷୀର ଛାତି ଉପରେ ପଶାପାଲି ଖେଳନ୍ତି। ଧାନର ଧାର୍ଯ୍ୟ ଧର ନେଇ ଶାସନ ଚୌକିରେ ବସିଥିବା ଦଳ ବିରୋଧୀ ଦଳ ଖୁମ୍ପୁରାଖୁମ୍ପୁରି ହୁଅନ୍ତି। ଟମାଟୋ ଅମଳ ବେଳେ ପାଞ୍ଚଟଙ୍କା କେ.ଜି.ରେ ବିକ୍ରୟ ହୋଇ ନପାରି ରାସ୍ତାରେ ଫିଙ୍ଗାଯାଏ। ଅମଲାତନ୍ତ୍ର ଜିଲ୍ଲା ସଦର ମହକୁମା ର ବଡ଼ ହାକିମ ଦୁଆରେ କୁଢ଼ା ଯାଏ। ଏସବୁକୁ ବିଷୟ ବସ୍ତୁକୁ ନେଇ ଶବ୍ଦ ମାନଙ୍କ ଗହଣ ରେ ଅତି ଚତୁରତାର ସହିତ ଲୁଚାଇ କବିତା ଟି ତାଙ୍କର ତମାମ ଅଗଣିତ ପାଠକ ମାନଙ୍କୁ ପଢିବା ପାଇଁ ଭେଟି ଦେଇଛନ୍ତି।

ସତରେ ତାଙ୍କ କବିତା ପଢିବା ପରେ ମୋତେ ମୋ ମାଟିର ବରପୁତ୍ର ଫକୀରମୋହନ ସେନାପତି ଙ୍କ କଥା ମନେ ପଡିଲା , ସେ ଭୋଳାନାଥ ଖମାରିଆ କୁ ଲେଖିଥିବା ଚିଠି କଥା ମନେ ପଡିଲା। ତାଙ୍କ କବିତା ପଢିବା ପରେ ସିମୁଳିଆ ଗୋଷ୍ଠିର ବିଡ଼ିଓ ୰ଡ. ନରହରି ବେହେରା ଙ୍କ ସିଂହୀ ବନାମ କଙ୍କଡା ବିଛା କଥା ମନେ ପଡିଲା। ରଷିଆନ ଲେଖିକ ମାସ୍କିମ ଗୋର୍କି ଙ୍କ କଥା ମନେ ପଡିଲା।

ସତରେ ଆମେ କିଛି ସାହିତ୍ୟ ରଚନା କରିବା ଉଚିତ ଯାହାକୁ ଥରେ ପଢିଲେ ରାତିରେ ଶାନ୍ତି ରେ ଶୋଇ ହେବ ନାହିଁ, ମସ୍ତିଷ୍କ ରେ ଆପଣା ଛାଏଁ ଆଲୋଡନ ସୃଷ୍ଟି ହେବ।

ମୁଁ ମୋର ପ୍ରିୟ ଗେଣ୍ଡା ଠାକୁରଙ୍କ ଦ୍ୱାହି ଦେଇ କହୁଛି ମୁଁ ଏମିତି କବିତା ଆଗରୁ ପଢି ନଥିଲି ଯାହା ବି ହେଉ ମୋତେ ମୋର ସୌଭାଗ୍ୟବଶତଃ ଏହି ପୁସ୍ତକ ଟି ପ୍ରାପ୍ତ ହୋଇଥିଲା।

ହେ ମୋର ପ୍ରିୟ ଚିତ୍ତରଞ୍ଜନ ଭାଇ ଓଡ଼ିଆ ଭାଷା ସାହିତ୍ୟ ର ଦ୍ୱାର ଦେଶରେ ଅଟକି ଯାଇଥିବା ଅଧମ ସାନ ଭାଇ ଟିଏ ଆପଣଙ୍କ ର , ପୁସ୍ତକ ସମୀକ୍ଷା ବା କବିତା ସମ୍ପର୍କରେ କିପରି ଲେଖାଯାଏ ସେ ବିଷୟରେ ଆଦୌ ଧାରଣା ନାହିଁ, ଆପଣଙ୍କ କବିତା ପଢ଼ିଲି ଯାହା ମୋତେ ଲାଗିଲା ତାକୁ ଲେଖିଲି। କିଛି ଭୁଲ ଥିଲେ ତ୍ରୁଟି ମାର୍ଜନା କରିବା ସହିତ କିପରି ଆଗକୁ ଏମିତି ଭଲକରି ଲେଖିବି ମୋତେ ଜଣାଇବେ।

ସାରସ୍ବତୀୟ ଯଶୋଦା ମାଙ୍କ କୋଳରେ ଲୀଳାଖେଳା କରି କୃଷ୍ଣକହ୍ନେଇ ସାଜନ୍ତୁ, ଯମୁନା ପୁଲିନ ରେ ଶତ କଦମ୍ବରେ ନିଜର ପ୍ରଭା ପ୍ରତିଭା କୁ ସାଥି କରି ଶବ୍ଦରୂପୀ ଗୋପ ବାଳାଙ୍କ ସହିତ ରାହସ ରଚନ୍ତୁ।

*ଶୁଭେଚ୍ଛା ର ସହିତ , ସାନ ଭାଇ*
*ମନୋଜ କୁମାର ପଣ୍ଡା*

 637 total views,  1 views today

One thought on “ *ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ* (କବିତା ସମୀକ୍ଷା) —

Leave a Reply

Your email address will not be published. Required fields are marked *