ମରିଚିକା
ବନଲତା ଜାଲି
ମରିଚିକା ତୁମେ ଛଳନାର ଘର
କେହି ପାଏନି ଆଶରା
ମରୁଭୂମି ପରେ ଉତ୍ତପ୍ତ ଲହରୀ
ମିଛ ଆଶାର ପସରା
ଭ୍ରମିତ ପଥିକ ଧାଏଁ ତୁମ ପଛେ
ତୁମେ ମାୟାବିନୀ ପରା ।।
କୁଜ୍ଝଟିକା ତୁମେ ସପନ ସୁନ୍ଦରୀ
କୁହୂକିନୀ ରୂପୀ ନାରୀ
ଆକର୍ଷିତ କର ମଧୁକୁ ଝରାଇ
କମଣ୍ଡଳୁ ବୃକ୍ଷ ପରି
ଇପ୍ସିତ ମନର ଦମ୍ଭ ଅହଂକାର
ଦିଅ ତୁମେ ଚୁନା କରି ।।
ପ୍ରହେଳିକା ତୁମେ ଭୂବନ ମୋହିନୀ
ଛାଇ ତୁମେ ଛଳନାର
ପାଗଳ କରିଣ ତୃଷାର୍ତ୍ତକୁ ଡାକ
ଧାଏଁ ସିଏ ନିରନ୍ତର
ତୁମ କିମିଆଁରେ ସେ ଅଭିମନ୍ତ୍ରିତ
ନିଜସ୍ୱ ନାହିଁ ତାହାର ।।
ମୃଗତୃଷ୍ଣା ତୁମେ ଭ୍ରମ ଜଳଧାରା
ବାଷ୍ପୀୟ କଣାର ସ୍ରୋତ
ଆଚ୍ଛାଦିତ ତୁମେ ଧୂଆଁର ଚାଦର
ଆଙ୍କାକ୍ଷାର ଅବପାତ
ଜୀବନ ବେଳାର ଶୁଷ୍କ ତଟଭୂମି
ନିରାଶା ଜ୍ବଳନ କ୍ଷତ ।।
କୁହେଳିକା ତୁମେ କାଉଁରୀ କନିଆ
ଜାଣିଛ ଯାଦୁ ମନ୍ତର
ଭଣ୍ଡାଇ ନଚାଇ ହୃଦୟକୁ ଭାଙ୍ଗ
ଧୋକା ଦେଇ ବାରମ୍ବାର
ନିଆଁ ସାଥେ ଖେଳି ପତଙ୍ଗ ଜଳଇ
ବାସ୍ତବତା ତୁମେ ମାର।।
କୃଷ୍ଣ ପ୍ରସାଦ,ପୁରୀ
393 total views, 1 views today
excellent and also remarkable blog. I truly want to thanks, for
giving us far better info.
I have discovered good messages here. I love the method you define.
So ideal!
It’s in fact
very complicated in this busy life to listen news on
Television, so I only use
world wide web for that purpose, and get the hottest news.
Everything is very open with a very clear clarification of the issues.
It was truly informative.
Your website is useful.
Thanks for sharing!
wonderful