ମା’ର କୋଳ
ମା’ର କୋଳ
ଦୁନିଆର ସବୁ ସୁଖ ଯେଉଁଠି ନିହିତ।
ମା’ର ମମତା
ଯେଉଁ ସ୍ନେହରେ ଟିକେ ବି ଛଳନା ନ ଥାଏ।
ମା’ଡାକ
ଯେଉଁ ଶବ୍ଦରେ ଥାଏ ମାଧୁର୍ଯ୍ୟ।
ମା’ର ହୃଦୟ
ଯାହା ଦୁନିଆରେ ସବୁଠାରୁ ବିଶାଳ।
ମା’ର କଥା
କରିଥାଏ ମଣିଷକୁ ସୁଯୋଗ୍ୟ।
ମା’ର ହାତ
ଯେଉଁ ହାତ ଧରିଲେ ପଡିବାର ଆଶଙ୍କା ନ ଥାଏ।
ମା’ର ପାଦ
ଯେଉଁ ପାଦ ସ୍ପର୍ଶରେ ଈଶ୍ବରଙ୍କ ଆଶୀର୍ବାଦ ଲାଭ କରାଯାଏ।
ମା’ର ଆଶିଷ
ଯାହା ଉପରେ ଥାଏ ସେ ତା ଜୀବନରେ ହାରି ନ ଥାଏ।
ମା’ର ପଣତ
ଯାହା ଉପରେ ଥାଏ ତାର ବିପଦକୁ ଭୟ ନ ଥାଏ।
ମନସ୍ମିତା ବିଶ୍ୱାଳ
ଗଡମାଟିଆପଡା, କଣାସ, ପୁରୀ
628 total views, 1 views today