ମନ୍ ରାଏଜର୍ ମଉନା ବତି
*********************

ସଁସେ ଆଦର୍ ଭାବ୍ ପିର୍’ତି
ଗୁଟ୍ ଗୁଟ୍ କରିଁ ଅଛେ ଭରି,
ତାର୍ ବିନେ ମୋର୍ ଜୀବନ୍ ଅଧୁରା
ମୁଇଁ ହେଲେଁ ଶୁଆ ସେ ଶାରି ।୧।

ଡହକ୍ ବିକଲ୍ ଲାଗ୍’ସି ମନ୍
ହେସିଁ ତାର୍ ବିନେ ଗୁଲିଘାଁଟି,
ମନ୍ ରାଏଜେଁ ମୋର୍ ଘର୍ କରି
ଦୁଖ୍ ଦରଦ୍ ଯେତେ ନେସି ସାଁଟି ।୨।

ଜନ୍ ସଁଗେ କଇଁର୍ ପିର୍’ତି
ଯୁଗ୍ ଯୁଗ୍ ହେଇ ରହିଥିବା,
ଆମର୍ ହାତ୍ ଗଁଠି କେଭେଁ ନେଇଁ ଛିଡ଼ୁ
ଏତେ ସଁସେ ଆଦର୍ କିଏ କର୍’ବା ।୩।

ପଥର୍ କେ ପୁଜି ତାହାକେ ପାଇଛେଁ
ସେ ପଥର୍ ଆଏ ମୋର୍ ଦେ ଦେବ୍’ତା,
ମୋର୍ ସାଁଗେ ଥିଲେ ଗେଲେହି ରାନି
ମୁଇଁ ଥିମି ନିର୍’ଭଏ ଅଚିନ୍’ତା ।୪।

ମଜୁର୍ ଲେଖେଁ ମୁଇଁ ନାଚୁଥିସିଁ ଗା
କଲା ମେଘ୍ ମୋର୍ ଫୁଲେଇ ରାନି,
ଶୀତ୍ ମାସେଁ ବି ମୁଇଁ ଖରା ସାଜି
ଉସତ୍ ମନେଁ ପଡ଼ୁଥିସିଁ ଧରା ଭୁଇଁ ।୫।

ଚାତକ୍ ଚରେ ହେଇ କରି ମୁଇଁ
ଟାଖିଥିସିଁ ଗୁମାନିର୍ ବାଟ୍ କେ,
ବର୍’ଷା ରାନୀ ସାଜି ଆଏବା ସେ
ମେଟେଇ ଦେବା ମୋର୍ ସୋସ୍ କେ ।୬।

ଭମର୍ ଟେ ହେଇ ତାର୍ ସେବା କର୍’ସିଁ
ଚାର୍’ହି ଖୁତିଁ ଦେଉଥିସିଁ ପହରା,
କାହାର୍ ନଜର୍ ତାର୍ ଉପ୍’ରେଁ ପଡ଼ିନେଦିଏଁ
ସରଗ୍ ଶଶି ସେ ମୋର୍ ସରଗର୍ ତରା ।୭।

ମନ୍ ଦେଉଲେଁ ମୋର୍ ପୂଜା ପାଏସି ଗା
ସେ ତ ମୋର୍ ମଉନା ବତି,
ମିଠା ମିଠା କଥା କାନେଁ କହି ମୋର୍
ଘାଁଟି ମାର୍’ସି ମତେ ଅଦ୍’ରାତି ।୮।
ସେ ମୋର୍ ମନ୍ ରାଏଜର୍
ମଉନା ବତି…..

  • ନାଁ- ପ୍ରଶାନ୍ତ ନାଗ
    ଗାଁ- ସିଆଲବାହାଲି
    ବ୍ଲକ-ଡୁଙ୍ଗୁରିପାଲି
    ଜିଲ୍ଲା- ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *