“ମଲାଜହ୍ନ “
ମଲାଜହ୍ନର ମର୍ମସ୍ପର୍ଶି ବେଦନା
କା’ ହୃଦୟକୁ ସ୍ପର୍ଶ କରୁନି
କି ମୁଠାଏ ମଳୁଖ ଯୋଗାଇ ପାରୁନି ।
ମଧୁ ଚୁଷି ବାଟ ଭାଙ୍ଗି
ଚାଲିଗଲେଣି ରସିକମାନେ
ଯେଝା ବାଟରେ ।
ତା’ ଆଡ଼କୁ ଦିବାଲୋକରେ
ଆଖି ଫେରେଇବାର
ସତ୍-ସାହସ ତ ନାହିଁ କା’ ପାଖରେ ।
ମଲାଜହ୍ନ ଜାଣେନି
କେଉଁ ମହାନ୍ ସୁପୁରୁଷର ଵୀଜ
ପାଚିଲା ତା ଗର୍ଭରେ….
ତଥାପି ବାତ୍ସଲ୍ୟ ମମତାର
ଅମୃତ ପିଆଇ ବଞ୍ଚିଛି ସେ
ପୁଣି ବଞ୍ଚାଇଛି ସେ
ସେଇ ସଦ୍ୟଜାତ ଶିଶୁକୁ
ଅନାସକ୍ତ ଆଶାରେ ।
ମୁନ୍ଦିଏ ବାସି ତୋରାଣି
ତା’ ପାଇଁ ସାତ ସପନ ହେଲେବି
ଚିପୁଡ଼ୁଛି ତା’ ସାଙ୍କୁଡା ସ୍ତନକୁ
କାଳେ ଟୋପେ ଝରିଯିବ, ପଡ଼ିଯିବ
ତା’ ଭୋକିଲା ଶିଶୁର
ଶୁଖିଲା ଓଠରେ ।
ଶ୍ରୀମତୀ ସବିତା ଶତପଥୀ
ଶିକ୍ଷୟିତ୍ରୀ, କୁନ୍ଦୁରା
ଜିଲ୍ଲା- କୋରାପୁଟ
866 total views, 1 views today