ମଲାଜହ୍ନ
*******
ନିର୍ବିକଳ୍ପ ସ୍ରୋତେ ପ୍ରଣୟ ଉଚ୍ଛ୍ୱସେ କୋମଳ ଆତଙ୍କେ ମନ୍ତ୍ରିତ,
କିରଣ ମୂମୁକ୍ଷୁ ଶରିରୀ ଆୟୁଧ ବଖାଣେ ପ୍ରକୃତି ପୁରୁଷ ।
ଶୃତିମଣ୍ଡନ ମୁକସାକ୍ଷୀ ଚିର କାମନା ପ୍ରେୟସୀ ଯୁଗଳେ,
ସୁରମ୍ୟ ଉତ୍ତାଳ ସେ ପ୍ରାଣୀ ବିଳାସ ବିରାଗ ବିରହେ ବିକଳେ।।
ପ୍ରସାରିତ ଶକ୍ତ ଆଜାନୁବାହୁ ଦୂର୍ବନ୍ଧନ ସୁସୁପ୍ତି ଦିନେ,
ପ୍ରାଣପ୍ରିୟା ଗତେ ତୁ ପ୍ରମାଣ୍ୟ ମତେ କଳଙ୍କ କାରଣ ମନେ।
ପ୍ରତାରଣା ତୋର ପକ୍ଷଉଜ୍ବଳ ପକ୍ଷଅନ୍ଧାରେ ମନୁଜା,
ଆତ୍ମସଖି କୁଞ୍ଜବନେ ଖେଳିଗଲା ପ୍ରମତ୍ତ ଦୁର୍ବାର ତନୁଜା ।
ଖଞ୍ଜନା ତୁ ତରାଫୁଲ ମାଳ ଦୁଃଶଯ୍ୟ ଗଜରା ବାସେ,
ଉଦ୍ଧାରଣ ନାମ୍ନୀ ସେ ଛଳନାମୟୀ ନଗ୍ନମିଥ୍ୟା ଭାବେ ରସେ।
ମହଣ ରମଣ ସୁଦୀପ୍ତ ଦର୍ପଣ ତୋ ଗାତ୍ରେ ଉଜ୍ବଳ ଛବି,
ପ୍ରକାଣ୍ଡ ବାସ୍ତବୁ ସ୍ବପ୍ନ ବିଳାସଇଁ ବିଚିତ୍ରବର୍ଣ୍ଣା ମୁଁ କବି।
ବହୁ ପୁରୁଷର ସ୍ପର୍ଶ ପ୍ରେମାତୁରେ ଦିଗବିଜୟ ତୁ ସାଧିକା
ଅମୃତଵଳି ସର୍ବାଦୌ ବିହିତେ ପ୍ରଶଂସା ପ୍ରାପତ ଧୋକା।
ରେ ଜହ୍ନ ଆଜି ମଲି,
ମୃତବତ ତୋର କରୁଣ ଚାହାଣି
ମଲାଜହ୍ନ ବୋଲି ପ୍ରଥିତଯଶରେ କଳଙ୍କ ରଙ୍ଗ ଦାବିଲି ,
ମୃତବତ୍ ତୋର କରୁଣ ଚାହାଣି
ମଲାଜହ୍ନ ବୋଲି ପ୍ରଥିତ ଯଶରେ କଳଙ୍କ ରଙ୍ଗ ଦାବିଲି।
ଶିବାନନ୍ଦ ବାରିକ
କବିସୂର୍ଯ୍ୟନଗର
ଗଞ୍ଜାମ
A kind word warms a man throughout three winters.