ମଲାଜହ୍ନ
*******
ସେ ପଙ୍କିଳ ପୋଖରୀର ଗଭୀରତାରେ ଲୁଚୁଥିବା କଇଁ ତୁ
ମୁଁ ଆକାଶର ନୈଶ ବକ୍ଷରେ ନିଜ ଅସ୍ତିତ୍ବ ଖୋଜୁଥିବା ଜହ୍ନ
ତୋ’ ଶ୍ୱେତ ପଣତର ମୋହରେ
ବାରମ୍ବାର ବନ୍ଧା ପଡି ନିଜକୁ ଖୋଜୁଥାଏ ମୁଁ,
ତୁ ବି କିଛି କମ୍ ନୁହେଁ ! ଆଖି ମିଟିକା ମାରୁଥିବା
ତାରାଙ୍କୁ ଦେଖିବା ବାହାନାରେ
ମୋତେ କଣେଇ କଣେଇ ଚାହୁଁଥାଉ ତୁ
ତୋ’ ସମୀପ ଜଳରାଶିରେ
ମୋ ଜୀବନ୍ତ ପ୍ରତିଫଳନ ଦେଖି
ତୁ ବାସ୍ ଏମିତି ହସିଦେଉ
ଆଉ ମୁଁ ! ମୋ’ର କଣ ଅଛି ଯେ,
ମଲାଜହ୍ନ ହେଇ ସେ ରାତିର ଆଖି ତଳେ
ମୁଁ ଅଧା ରହିଯାଏ, ଅଧା ସରିଯାଏ
ଏମିତି ଅଧା ହେଉ ହେଉ ତୋ’ ଭିତରେ
ନିଜ ଅର୍ଦ୍ଧାକୃତିର ପୂର୍ଣ୍ଣତା ପାଇଯାଏ।
ଶୁଭ୍ରାଜିତା ଶୁଭଦର୍ଶିନୀ
ଅଣ୍ଢିଆସାହି, ନିମାପଡା
ଜିଲ୍ଲା – ପୁରୀ
930 total views, 2 views today
Patience is a virtue that causes no shame.