#
ମଲାଜହ୍ନ
*******
ଝାଉଁଳା ଆଖିରେ ସ୍ଵପ୍ନ ଟିକେ ପାଇଁ ବି,
ଅନ୍ଧାରି ମୁଲକେ ଖୋଜେ ନିଦ ଏ ମନ ।
ଭାବନାରେ ଧଳା ଘୋଡା, ରାଜକୁମାର …
ତା ସହ ମିଳନର ସାତସୁରା ତାନ,
ଦୋଳନ ଓ ଝୁଲଣ ଚୌକି, ମୁଠା ମୁଠା ଟଙ୍କା
ଲମ୍ବା ଶୀତଳ ଗାଡ଼ିରେ ଯାତ୍ରା ପାଇଁ ଛଟପଟ ପ୍ରାଣ।
କିନ୍ତୁ ଚିନ୍ତା ରେ ରେ ବାସ୍ତବ ର ରଙ୍ଗ ଲିପି ଦେଲେ,
ସାତ ସିଆଁ ବସ୍ତ୍ରେ,ମାଜି ରାମ୍ପୁ ଥାଏ କା ଅଇଁଠା ବାସନ।
ସ୍ନେହ,ପ୍ରେମ,ସୌଭାଗ୍ୟ ର ବାସନ୍ଦ ଇଲାକାରେ,
ରାତି ସାରା ଚିନ୍ତା ଚାଦର ରେ ଘୋଡ଼ା ଏ ତନ
ବିଛଣା ରେ କଡ ଲେଉଟାଇ ଏପଟ ସେପଟ ,
ଦୁର୍ଭାଗ୍ୟର ଅସରନ୍ତି ରାତି ମୋ ପାଇଁ ଧନ,
ପୂର୍ଣ୍ଣମୀ ଟା ମରୀଚିକା ସୂର୍ଯ୍ୟୋଦୟ ତ ସପନ।
ଏନ୍ତୁଡ଼ିରୁ ଜୁଇ ଯାଏଁ ସଚ୍ଚୋଟତା,ସତୀତ୍ୱ,ଚରିତ୍ର ମାନପତ୍ରେ,
ବୋଧେ ମୋ ଦକ୍ଷତା ଟା ଖୋଜା ହେବ ତନ୍ନ ତନ୍ନ..
ଅମାବାସ୍ୟା ଘନ ଅନ୍ଧକାରେ ମୁଁ ନିରିମାଖି ମଲାଜହ୍ନ ॥
——————
ପ୍ରଜ୍ଞା ନାୟକ
ଭୁବନେଶ୍ୱର
ଖୋର୍ଦ୍ଧା
Fortune favours the brave.