ମାଗୁଣି ମୁଠେ ପ୍ରସାଦ
ସୁରମ୍ୟପ୍ରାସାଦ ମାଗୁନାହିଁ ତୋତେ
ମାଗୁଛି ମୁଠେ ପ୍ରସାଦ
ତୋର ବଂଶୀସ୍ବନ ଶୁଭୁନାହିଁ ମୋତେ
ମୟୂର ପୁଛ ସମ୍ପଦ
ରଖିଲୁ ଧ୍ରୁବ ପ୍ରହ୍ଲାଦ
ଖଣ୍ଡୁଆ ପାଟ ବି ଲୋଡା ନାହିଁ ମୋତେ
ଚିରାରେ ଲୁଚୁ ବିବାଦ
ଵେସୁରା ହେଉ ତ ସାତସୁର ମୋର
ନାମ ମୋ ପାଟିରେ ଥାଉ
ଶବରୀ ପରିକା ଧୈର୍ଯ୍ୟ ନାହିଁ ମୋର
ସୁଦାମା ତ ସାଥି ହେଉ
କୃପାସିନ୍ଧୁ କୃପା କରୁ
ସଜେଇ ନ ପାରେ କୁଵୁଜି ପରି ମୁଁ
ଚନ୍ଦନ ମହକୁ ଥାଉ
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଗଢା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
645 total views, 2 views today