_*ମଧୁସୂଦନ*
ମନୋନେଟ_ଶୈଳୀ ଲେଖିବାର ପ୍ରଥମ ଚେଷ୍ଟା
କାହିଁ ଚାଲିଗଲ କୃଷ୍ଣ ଶିରୀକ୍ଷେତ୍ର ଧାମେ
ରାଧାରାଣୀ ନିତି ଝୁରି ମରୁଛି ତା ମନେ
ସତେକି ଆସିବ କାହ୍ନୁ ଶ୍ରୀକ୍ଷେତ୍ର ଧାମରୁ
ଆଶା ବାନ୍ଧି ବସେ ରାଧା ଭୁଲେନି ମନରୁ
ବୁଝିଲାନି କେମିତି ସେ ଏଡ଼େ ନିରିଦୟ
କିପରି ହେଲା ତା ହୃଦୟ ପାଷାଣ ପ୍ରାୟ ?
ଭୁଲିଗଲା ମା’ କୋଳ ଭୁଲେ ପିଲାଦିନ
ଭୂଲେ ପୁଣି ରାଧା ପ୍ରେମ ଭୁଲେ ବୃନ୍ଦାବନ
ମନେପଡୁନାହିଁ କିରେ ତୋର ପଛଦିନ
ସାଇତା ଅଛି ତୋ ପାଇଁ କେତେ ଅଭିମାନ
ନିଶବ୍ଦ ନିଶ୍ଚଳ ଆଜି ଯମୁନାର ନୀର
କିଏ ତାକୁ କରିଦେଲା ସତେକି ପଥର!
ଶୁଭୁନାହିଁ କୁଞ୍ଜବନେ ବଇଁଶୀର ତାନ
କୋଇଲି ବି ଗାଉନାହିଁ ତା’ର ମିଠା ଗାନ
ଲୁଚିଛି ସୂରୁଜ ଆଜି କେଉଁ ଗର୍ଭ ଗୃହେ
ପଡ଼ିଛି ମୋ କାହ୍ନା କେଉଁ ମୋହିନୀର ମୋହେ
ଗୋପ ଦାଣ୍ଡ ଧୂଳି ଏବେ ତୋ ପାଇଁ ସପନ
କାହିଁ ଗଲ ଫେରିଆସ ହେ ମଧୁସୂଦନ l
_ବର୍ଷା ଲଷ୍ମୀ ସ୍ୱାଇଁ_ _,ଜଗତସିଂହପୁର_