❤️❤️ ” ମଦାଳସି ପ୍ରିୟେ.. ” ❤️❤️
( ପ୍ରତ୍ୟେକ ପଙ୍କ୍ତି ର ଆଦ୍ୟ-ଶବ୍ଦ ‘ମ’ ଯୁକ୍ତ )
ମିଠା-ମିଠା ଲାଗେ,ଶୀତଋତୁରେ ଯେ,ତୁମ ପ୍ରୀତି-ଅଭିଷେକ,
ମଧୁରତା ଭରା, ତୁମ ଉଆସରେ , ସାଜିଛି ମୁଁ ଆଗନ୍ତୁକ।
ମହୁଆ ମନଟା, କାହିଁ ମତୁଆଲା, ତୁମରି ଆଦର ପାଇଁ,
ମଦନ ଶରରେ, କ୍ଷତାକ୍ତ-ଶରୀର, ତୁମେ କି’ବା ବୁଝ ନାହିଁ !!!
ମଦାଳସି ପ୍ରିୟେ, ବୈତରଣୀ ସାଜି, ପାରି କରିଦିଅ ମୋତେ,
ମଧୁ-ମୂର୍ଚ୍ଛନା ରେ, ହେଉ ପ୍ରୀତିବର୍ଷା, ଭିଜାଇ ଦିଅଗୋ ସତେ।
ମୋ ପାଇଁ ଗୋ ସାଜ, ପ୍ରୀତି-ପର୍ବ ର, ମଧୁମୟ ଅଭିଧାନ,
ମୃଦୁ-ମୃଦୁ ଭାଷା, କର୍ଣ୍ଣେ ଉଚ୍ଚାରି , ହରି ନିଅ ମୋର ମନ।
ମନ-ଆକାଶ ରେ, ପୂର୍ଣ୍ଣମୀ ଘେରା, ତୁମେ ମୋର ମଧୁଚନ୍ଦ୍ର,
ମଧୁର ଯାମିନି, ନଦେଇ ମେଲାଣି, ତୋଷ ଦେଇ ମଧୁରନ୍ଧ୍ର।
ମଧୁ ଭରିଦିଅ, ସ୍ଵର୍ଗ-ଲଳନା ଗୋ , ମୃଦୁ-ଘଟ ବେନି ଥୋଇ,
ମୋହିନୀ ର ରୂପେ,ଢ଼ାଳିଦିଅ ପ୍ରୀତି,ଆବେଗତା ସୀମା ଡେଇଁ।
ମୋ ଅଚଳ-ପୃଷ୍ଠେ,ଥୋଇ ବେନି-ଚଳ,ଜଳାଅ ପ୍ରୀତି-ଅନଳ,
ମଧୁ-ମାଳତୀ ର , ମହା-କୁଞ୍ଜ ବନେ, ପ୍ରବାହୁ ମଧୁ-ଅନିଳ।
✍️ ସମ୍ବିତ କୁମାର ନନ୍ଦ
ସମ୍ପର୍କ :-୮୮୪୭୮୦୦୩୬୭
ବ୍ରହ୍ମପୁର, ଗେଟ ବଜାର।