ମା’ର ମମତା
ପ୍ରସନ୍ନ କୁମାର ମେହେର
ମାଆର ମମତା ନାହିଁ ତା’ର ସମତା
ଏ ମହୀ ମଣ୍ଡଳେ ଜାଣ,
ବାତ୍ସଲ୍ୟ ମମତା ସ୍ନେହ ଆଦର ତା’
ସରଗ ଠୁଁ ଗରୀୟାନ୍ ।
ଦଶ ମାସ କାଳ ଗର୍ଭେ ଭାର ବହି
ସହିଛି ଦୁଃଖ ଯନ୍ତ୍ରଣା,
ନିଜେ ନ ଭୁଞ୍ଜ ଇ ସନ୍ତାନକୁ ଦେଇ
ତୃପତି ସମବେଦନା ।
ପାଖେପାଖେ ଥାଏ ରୋଗ ବ୍ଯାଧିବେଳେ
ସେବା ଯତନ ଆଶିଷ,
ନିଦ୍ରା ତେଜି ସାରା ରଜନୀ ସମୟେ
ଜଗି ବସେ ଅର୍ହନିଶ ।
ପ୍ରୀତି ମନ୍ଦାକିନୀ ଯା’ ହୃଦେ ଝରଇ
ସେହି ତ ମମତାମୟୀ,
ମମତାର ଡୋରି ନିତ୍ଯ ସହଚରୀ
ସ୍ନେହମୟୀ ସୁଧାମୟୀ ।
ଜନନୀର କୋଳ ସରଗର ପୁର
ପ୍ରୀତି ପୂର୍ଣ୍ଣ ହୃଦେ ଭରି,
ମାଆର ପଣତ ଘୋଡାଇଣ ଛତ୍ର
ଦୁଃଖ କ୍ଳେଶ ଅପସରି ।
ଦିଗଶିରା
ଡୁଙ୍ଗୁରିପାଲି
ସୁବର୍ଣ୍ଣପୁର