ମା ଓ ମମତା
ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ
ମା ନୁହେଁ ସେ ତ ଶବ୍ଦ ଏକ ଖାଲି
ସେ ଆମ ଜୀବନଦାତ୍ରୀ,
ମା’ ର ମମତା ପାଇଛି ଯେ ଜନ
(ତାକୁ)ଦିଶେନାହିଁ ଦିନ ରାତ୍ରି…!
ମା’ର ହୃଦୟ ବିଶାଳ ସାଗର
ତା’ କୋଳରେ ସୁଖ ଶାନ୍ତି,
ଧନ୍ୟ ସେହି ଜନ ମା ଯା’ର ଅଛି
(ତାକୁ) ଲୋଡ଼ା ନାହିଁ ହୀରା ମୋତି…!
ମା ଠାରୁ ବଡ଼ ନାହିଁ କେ ସଂସାରେ
ଶ୍ରେଷ୍ଠ ସେ ମା’ ର ମମତା…
ତା’ରି ଆଶିଷ ମଥା ପରେ ଥିଲେ
ହେବା ଯେ ଜଗତଜିତା..!
ଅନୁଗୋଳ