।। ମାଆ ଲୋ ।।
ମାଆ ପରି କିଏ ଥିଲା ?
ନିଜର ସୌନ୍ଦର୍ଯ୍ୟ ପଛେ ପକେଇକି
ମୋତେ ସେ ଜନମ ଦେଲା ।୧।
ମାଆ ପରି କିଏ ହବ ?
ଅନ୍ଦାର ରାତିରେ ହାତ ଥାପି ଥାପି
ମୋତେ ସେ ଶୁଆଇ ଦେବ ।୨।
ମାଆ ପରି କିଏ ହବ ?
ଜର ହେଲେ ମୋତେ ଓଦାକନା କରି
ମୋ ମୁଣ୍ଡରେ ଥାପି ଦେବ।୩।
ମାଆ ପରି କିଏ ହବ ?
ମୋ ଦୁଃଖ ଦେଖିଲେ ତା ଛାତି ଭିତରେ
ଦୁଃଖର ପାହାଡ଼ ଭାଗିଂବ ।୪।
ମାଆ ପରି କିଏ ହବ ?
ମୋ ଜୀବନ କୁ ସଜାଇବା
ଲାଗି ସମସ୍ତ ପ୍ରୟାସ କରିବ ।୫।
ମାଆ ପରି କିଏ ହବ ?
ମୋ ଖୁସି ପାଇଁ ତା ଜୀବନର
ସବୁ ଖୁସି ଛାଡି ଦେବ ।୬।
କେବଳ ମୋ ମାଆ ନୁହେଁ
ସବୁରି ମାଆ କଂ କାହାଣୀ
ସମସ୍ତେ ଵୁଝିବା ଦରକାର ।।।।।।।।।।।।
ନାମ-ସଂଯୁକ୍ତା ପଣ୍ଡା
The logistics is very fast, the quality is very good, it is better equipped and easy to take care of!
Hey this post abslutely made me think! Thanks-I wouldn’t have thought of things from your p.o.v otherwise.