ମା ଗୋ
ମା ଲୋ ଦଶଭୁଜା
ସଵୁଠି ଏଵେ ତୋ’ର ପୂଜା ଅରଚନା;
ତୋ ପାଇଁ ଗାଁ ଦାଣ୍ଡ,ପୁରପଲ୍ଲୀ ସଵୁଠି ଆନନ୍ଦ ମୁଖର,
ତୋ ଦୟା ରେ ଘୁଞ୍ଚି ଯାଏ ଛାତି ତଳ ଅମା ଅନ୍ଧକାର ।।
ତୋ ଶୁଭ ଆଗମନେ
ପ୍ରକୃତି ରାଣୀ ନବ ପଲ୍ଲଵିତ;
ତୋ ମଂଗଳ ଆବାହନେ
ନ ଇପଠା କାଶତଣ୍ଡୀ ଶୁଭ୍ର ପରିହିତ ।।
ତୋ ପବିତ୍ର ଆବିର୍ଭାଵେ
ସର୍ଵ ମନ ସବୁଠି ଵେଶ୍ ଆହ୍ଳାଦିତ;
ତୋ ଅପୁର୍ବ ଝଳକ ରେ
ଗଗନ ପଵନ ଵି ବେଶ୍ ମୁଖରିତ,
ତୋ ମନ୍ତ୍ର ,ଧୂପ,ଦୀପ,ଝୁଣା ଗନ୍ଧ ରେ
ଶଵ୍ଦ ବି ହୁଏ ନିନାଦିତ ।।
ଆସିଵୁ ଯଦି ଆ’ମା
ଧା’ରେ ସତ୍ୟ ହୋଇ ଆ;
ମୁଠାଏ ମହକ ନେଇ ଆ,
ପ୍ରୀତି ର ପୁଲକ ନେଇ ଆ,
ସୁରକ୍ଷା କଵଚ ହୋଇ ଆ,
ଶାନ୍ତି,ମୈତ୍ରୀ ର ବାର୍ତ୍ତା ନେଇ ଆ
ମା ଲୋ ମା
ଆସିଵୁ ଯଦି ଆ
ଧରଣୀ ପୃଷ୍ଠେ ଧୀରେ ଧୀରେ ଓହ୍ଳାଇ ଆ,
ଅନ୍ୟାୟ,ଅନୀତି,ଅସତ୍ୟ,ଅଧର୍ମ ର
ସଂହାର କରି ଆ;
ସତ୍ୟ ଓ ନ୍ୟାୟ ର ପ୍ରତୀକ ହୋଇ ଆ ।।
ସନ୍ତୋଷ କୁମାର ମେହେର
(ସହକାରୀ ଶିକ୍ଷକ ତଥା ଏନ୍.ସି.ସି ଅଫିସର୍)
ଜୟପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖଲିଆଭଟା,କଳାହାଣ୍ଡି