April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସନ୍ଥକବି ବଳରାମ ଦାସଙ୍କ “ବଉଳା ଗାଈ”*

*ବଉଳା ଗାଈ*

ସନ୍ଥକବି ବଳରାମ ଦାସଙ୍କ “ବଉଳା ଗାଈ” କାହାଣୀର ଉପସ୍ଥାପନା ଶୈଳୀ ବିଶେଷ କୌତୁହଳ ଉଦ୍ଦୀପକ ଓ ହୃଦୟଗ୍ରାହୀ । ନାଥ ସଂପ୍ରଦାୟର ଯୋଗୀମାନେ କେନ୍ଦେରା ବଜାଇ ଏହି ବଉଳା ଗାଈ କଥାକୁ ଗୀତ ଆକାରରେ ବୋଲିଥାନ୍ତି। ବଉଳା ଗାଈ ଶ୍ରୀ ଜଗନ୍ନାଥଙ୍କ କୃପାରୁ କିପରି ବାଘ ମୁହଁରୁ ରକ୍ଷା ପାଇଛି ସେହି ବିଷୟରେ ଏଥିରେ ବର୍ଣ୍ଣିତ।

ସତ୍ୟର ମାହାତ୍ମ୍ୟ ଓ କ୍ଷୁଧାତୁରକୁ ଖାଦ୍ୟ ଦାନ ଳର ଫଳ ହିଁ ଏହି ଗୀତଟିର ମୁଖ୍ୟ ବିଷୟ।

ସତ୍ୟ ର ମାହାତ୍ମ୍ୟ ବିଷୟରେ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଉପଦେଶ ଦେବା ଛଳରେ ଏହି ବଉଳା ଗାଈର କଥାବସ୍ତୁକୁ ନିଆଯାଇଛି।

କାଂଞ୍ଚି ରାଜ୍ୟର ବିରଂଞ୍ଚିପୁରରେ ଧନେଶ୍ୱର ସାଧବର ବଉଳା ନାମରେ ଗାଇ ଟିଏ ଥିଲା ।

ଗାଈଟି ପ୍ରତିଦିନ ବଣକୁ ଚରିବାକୁ ଯାଏ। କିଛି ଦିନ ପରେ ଗାଇ ର ଏକ ପୁତ୍ର ଜନ୍ମ ହେଲା। ଦିନେ ବାଛୁରୀ ପୁତ୍ରକୁ ଘରେ ଛାଡି଼ ବଣରେ ଚରିବା ସମୟରେ ତାର ପହ୍ନାରେ କ୍ଷୀର ବୃଦ୍ଧି ହେବାରୁ ସେ ପୁଅକୁ କ୍ଷୀର ଖୁଆଇବା ନିମନ୍ତେ ଘରମୁହାଁ ହେଲା।

ବାଟରେ ନିପୁଆ ନାମକ ଏକ ବାଘ ତାର ପଥ ଓଗାଳିଲା।ନିପୁଆ କହିଲା ଯେ ସେ ସାତଦିନ ହେବ କ୍ଷୁଧାର୍ତ୍ତ। ତେଣୁ ସେ ବଉଳା କୁ ଖାଇବ। ମାତ୍ର ବଉଳା ପୁଅକୁ କ୍ଷୀର ଦେଇ ଆସିବାର ଇଚ୍ଛା ଜଣାଇ ସତ୍ୟ କଲା ଯେ,ଶିଘ୍ର ବାଘ ନିକଟକୁ ଫେରି ଆସିବ।

ବାଘ ବଉଳା ର ସତ୍ୟ ପରୀକ୍ଷା କରିବାପାଇଁ ତାକୁ ଛାଡ଼ି ଦେଇ ତା’ ଅପେକ୍ଷା ରେ ରହିଲା।

ପୁଅ କୁ କ୍ଷୀର ଦେବା ସମୟରେ ପୁଅ କୁ ଛାଡ଼ି ମରିବାକୁ ଯାଉଛି ବୋଲି ତା’ମନରେ ଅତ୍ୟନ୍ତ ଦୁଃଖ ହେଲା।

ଆଖିରୁ ଧାର ଧାର ଲୁହ ବୋହିଗଲା। କବି ବଳରାମ ବଉଳାର ମନର ଭାବ ପ୍ରକାଶ କରିବାକୁ ଯାଇ ଶିଶୁ ପୁତ୍ର ପ୍ରତି ମାତୃହୃଦୟର କୋମଳ ଭାବନାକୁ ଅତି ମର୍ମସ୍ପର୍ଷୀ ଭାବେ ବର୍ଣ୍ଣନା କରି ଲେଖିଛନ୍ତି:

“ଆହା ବାପ ଅଟୁ ମୋର ରଙ୍କୁଣୀର ଧନ
ଆହା ବାପ ଅଟୁ ମୋର ଦୁଃଖିର ଜୀବନ।
ଆହା ବାପ ଧନ ତୋତେ ପରିମୁଣ୍ଡା ଯାଇ
ପୂର୍ବ ଜନ୍ମେ କେତେ ପାପ ଅରଜିଛୁ ତୁହି।
ଶିବ ଥାଳେ ଅବା ତୁ’ ରେ ଢାଳିଲୁ ଗରଳ
ତେଣୁ କରି ଛେଉଣ୍ଡା ହୋଇଲୁ ଆରେ ବାଳ ।
ମାଗନ୍ତା ଲୋକକୁ ଅବା କଲୁ ତୁ ନୀରାଶ
ତେଣୁକରି ଛେଉଣ୍ଡା ହୋଇଲୁ ଆରେ ଶିଷ୍ୟ ।”

ବଉଳାର ପୁଅ ମା’କୁ କାନ୍ଦିବାର କାରଣ ପଚାରିବାରୁ ,ବଉଳା ବାଘ ନିକଟରେ କରିଥିବା ସତ୍ୟକୁ ପ୍ରକାଶ କଲା।ତାହା ଶୁଣି ତାର ପୁତ୍ର ସତ୍ୟରକ୍ଷା ନକରିବା ପାଇଁ ମା’ କୁ କହିଥିଲା।ବଉଳା ପୁତ୍ର କୁ ସତ୍ୟର ମାହାତ୍ମ୍ୟ ବର୍ଣ୍ଣନା କରି କହିଛି :

“ମାତା ବୋଲେ ପୁତ୍ର ତୁରେ ଶୁଣ ମୋର ତହିଁ
ସତ୍ୟକୁ ରେ ଚନ୍ଦ୍ର ସୂର୍ଯ୍ୟ ଆତଯାତ ହୋଇ ।
ସତ୍ୟକୁ ରେ ବାସୁକୀ ଯେ ପୃଥ୍ବୀ ଧରିଅଛି
ସତ୍ୟକୁ ରେ ଇନ୍ଦ୍ର ରାଜା ବୃଷ୍ଟି କରୁଅଛି ।
ସତ୍ୟକୁ ରେ ଵୃକ୍ଷମାନେ ଫଳୁଛନ୍ତି ଫଳ
ସତ୍ୟକୁ ରେ ସାତସିନ୍ଧୁ ନଲଙ୍ଘଇ କୂଳ ।”

ଏହାପରେ ବଉଳା ଅତି ଦୁଃଖରେ ପୁତ୍ରଠାରୁ ବିଦାୟ ନେଇ ନିପୁଆ ବାଘ ପାଖକୁ ଗଲା।ବାଘ ବଉଳାର ଫେରନ୍ତା ବାଟକୁ ଚାହିଁ ରହିଥିଲା।ମହାପ୍ରଭୁ ବଉଳାର ମନକଥା ଜାଣିପାରିଲେ।ସତ୍ୟରକ୍ଷା କରିଥିବା ହେତୁ ତା’ପ୍ରତି ଦୟା ପ୍ରଦର୍ଶନ କଲେ ।ବାଘ କଣ୍ଠରେ ବସିଲେ । ବଉଳା କୁ ଦେଖି ତାକୁ ନଖାଇବାର କହି ଘରକୁ ଫେରି ଯିବାକୁ କହିଥିଲା।ମାତ୍ର ବଉଳା ଆହାର ଦାନର ଫଳ ରୁ ବଞ୍ଚିତା ହେବାକୁ ନଚାହିଁ ଅନ୍ନଦାନ ବା କ୍ଷୁଧାତୁରକୁ ଖାଦ୍ୟ ଦାନର ମାହାତ୍ମ୍ୟ ବିଷୟରେ ନିପୁଆ ଆଗରେ ବର୍ଣ୍ଣନା କରିଛି।

ପରିଶେଷରେ ନିପୁଆ ବଉଳାକୁ ଘରକୁ ଫେରାଇଦେଇଛି ଓ ନିଜେ ତାର ମହତ୍ ଗୁଣରେ ମୋକ୍ଷ ପ୍ରାପ୍ତି ହୋଇଛି।

କବି ବଳରାମ ଭଗବାନଙ୍କ ମୁଖରେ ସତ୍ୟର ମହିମା ପ୍ରକାଶ କରିଛନ୍ତି ଏହି “ବଉଳା ଗାଇ”ମାଧ୍ୟମରେ। ଓଡ଼ିଶାର ଅଗଣିତ ଲୋକ ଚିତ୍ତ କୁ ଏହି ଗୀତ ବିଶେଷ ଭାବେ ଆକୃଷ୍ଟ କରିଥାଏ।

Loading

Leave a Reply

Your email address will not be published. Required fields are marked *