April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଲେନି ମାଡାମଙ୍କ ଫୁଲଗଛ — ଜନ୍ମଜୟ ନାୟକ*

ଗପର ନାମ

ଲେନି ମାଡାମଙ୍କ ଫୁଲଗଛ

 

 

 

ବୟସର ଅପରାହ୍ଣରେ ଉପନୀତ ଲେନି ମ୍ୟାଡାମ ଇତି ମଧ୍ୟରେ ଚାକିରୀରୁ ଅବସର ନେବାର ଛଅ ମାସ ବିତିଗଲାଣି । ସ୍କୁଲ ଘଣ୍ଟିର ପ୍ରତିଧ୍ୱନି ଆଉ କର୍ଣ୍ଣ ଯୁଗଳର ସ୍ପର୍ଶ କରୁନି । କୋମଳ ମତି ଶିଶୁଗଣଙ୍କ ଦୁଷ୍ଟାମି ମଧ୍ୟ ତାଙ୍କ ଆଖିରେ ପଡୁନି l ପ୍ରତି ମୁହୂର୍ତ୍ତରେ ପାଗିଳି ପରି ନିଜ ଖୁସିର ଠିକଣା ଖୋଜୁଥାନ୍ତି ଏଇ ଫୁଲ ବଗିଚା ଭିତରେ । ସତେ ଯେମିତି ଏ ଫୁଲଗଛ ଗୁଡିକ ତାଙ୍କର ସନ୍ତାନ ସନ୍ତତି । ଏବେବି ସ୍କୁଲ ସମୟ ହୋଇ ଗଲେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡି ହାତ ଘଡିଟି ସହ ବିଦ୍ୟାଳୟ ଗଣବେଶ ପରିଧାନ କରି ବାହାରି ପଡନ୍ତି ବିଦ୍ୟାଳୟକୁ l ପ୍ରକୃତିସ୍ଥ ହୁଅନ୍ତି ଝିଅର ହସରେ । ଝିଅ କହିଉଠେ , “ମା ! ତୁମର କ’ଣ ମନେ ରହୁନି ଯେ ତୁମେ ବିଦ୍ୟାଳୟରୁ ଅବସର ନେଇସାରିଛ ? ”

ଝିଅ କଥା ଶୁଣି ଲୁହ ଛଳଛଳ ଆଖିରେ ମ୍ୟାଡାମ ଶାଢୀ ବଦଳାଇ ଚାଲିଯାଆନ୍ତି ନିଜ ଫୁଲ ବଗିଚାକୁ। ସତେ ଯେମିତି ସେହି ଫୁଲ ଗଛ ଗୁଡିକ ତାଙ୍କ ସୁଖ ଦୁଃଖର ସାଥୀ l

 

ଆଜକୁ ଦୀର୍ଘ ତେତିଶି ବରଷ ତଳେ ଲେନି ମ୍ୟାଡାମ ଯାଜପୁରର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଆ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟାରମ୍ଭ କରିଥିଲେ । ଆଜିବି ମନେ ପଡେ ବିଦ୍ୟାଳୟ ପରିସରରେ ତାଙ୍କ ପ୍ରଥମ ଦିନ । ବିଦ୍ୟାଳୟ ସହକର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା । ସ୍କୁଲର ଶାନ୍ତ ପରିବେଶ ମ୍ଯାଡାମଙ୍କୁ ଭଲ ଲାଗୁ ଥିଲା ସତ କିନ୍ତୁ ବିଦ୍ୟାଳୟ ପରିସରରେ ଏତେବଡ଼ ଫାଙ୍କା ପଡିଆରେ ଗୋଟିଏବି ଗଛ ନଥିଲା l ଯାହା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ସେଠାରେ ସୁନ୍ଦର ଫୁଲ ବଗିଚାଟିଏ କରିବାକୁ ମନସ୍ଥ କରିଥିଲେ ସେ । ଛାଇ ପ୍ରଦାନପାଇଁ ବର, ଅଶ୍ଵତ୍ଥ ପରି କିଛି ବୃକ୍ଷ ଓ ଫଳ ପ୍ରଦାନ ପାଇଁ ପିଜୁଳି, କମଳା, ନଡିଆ, ଆମ୍ବ, ପଣସ ଆଦିକିଛି ବୃକ୍ଷ ରୋପଣ ପାଇଁ ଯୋଜନା ପ୍ରସ୍ତୁତ କଲେ।

 

ଅଷ୍ଟମ,ନବମ,ଦଶମ ତିନୋଟି ଶ୍ରେଣୀର ଓଡିଆ ଶିକ୍ଷା ଦାନର ଦାୟିତ୍ୱ ମାଡାମଙ୍କ ଉପରେ ନ୍ୟସ୍ତ ଥିଲା। ଆଗକୁ ବର୍ଷା ଦିନ । ପାଠ ପଢା ସହ ବୃକ୍ଷରୋପଣର ମହତ୍ତ୍ୱ ବୁଝାଇ ସ୍କୁଲ ଓ ଗାଁ ଆଖପାଖ ଫାଙ୍କା ପଡ଼ିଆକୁ ନୂତନ ରୂପ ଦେବା ନିମନ୍ତେ କଲେ ଅଭିନବ ପ୍ରୟାସ ।

 

ବୃକ୍ଷ ରୋପଣ ରଚନା ପଢ଼ାଇବା ସମୟରେ ମ୍ୟାଡାମ ଶିଶୁମାନଙ୍କୁ ବୃକ୍ଷର ମାହାତ୍ମ୍ୟ ବୁଝେଇବା ସହ ବନୀକରଣ ପାଇଁ ଉତ୍ସାହିତ କଲେ । “ଶିଶୁଟିଏକୁ ଗଛଟିଏ” – ଏହି ସ୍ଲୋଗାନ କହି ସବୁ ପିଲାଙ୍କୁ ନିଜ ଜନ୍ମଦିବସରେ ଗଛଟିଏ ଲଗାଇବାକୁ ପ୍ରେରଣା ଦେଲେ। , “କହିବା ଆଗରୁ କରିବା ଶିଖ” ଏହା ଥିଲା ତାଙ୍କର ମହାମନ୍ତ୍ର । ମ୍ୟାଡାମ ପ୍ରଥମେ ନିଜ ଜନ୍ମଦିନରେ ସ୍କୁଲ ଭିତରେ ଓ ହତା ବାହାରେ , ଫାଙ୍କ ସ୍ଥାନ ମାନଙ୍କରେ କିଛି ଗଛ ଲଗାଇବା ଆରମ୍ଭ କଲେ । ତା’ ପରେ ପିଲାମାନେ ସ୍ବେଚ୍ଛାକୃତ ଭାବେ ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ଫୁଲଗଛ ଲଗାଇସୁନ୍ଦର ଭାବରେ ସଜାଇଦେଲେ ।

 

ପ୍ରଧାନ ଶିକ୍ଷକଙ୍କ ଠାରୁ ଗାଁ କମିଟି ଓ ବିଦ୍ୟାଳୟ କମିଟି ଯାଏଁ ସଭିଙ୍କ ମୁହଁରେ ଆନନ୍ଦ ପ୍ରସ୍ଫୁଟିତ ହେଲା l ଧିରେ ଧରେ ଗାଁ ଅଞ୍ଚଳ ସାରା ପରିବ୍ୟାପ୍ତ ହେଲା ଲେନି ମ୍ୟାଡାମଙ୍କ ଭୂୟସୀ ପ୍ରଶଂସା ।

ମ୍ୟାଡାମ ପାଠ ପଢାଇବା ସହ ଛାତ୍ର ଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି ଓ ଅନ୍ତର୍ନିହିତ ସୃଜନଶୀଳତାର ପରିପ୍ରକାଶ ନିମନ୍ତେ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିଥିଲେ। ଫୁଲ ପରି ମହକି ନିଜ ସତ୍ କର୍ମ ଓ ଗୁଣର ବାସ୍ନାରେ ଚତୁର୍ଦ୍ଦିଗକୁ ମହକାଇବା ପାଇଁ କହୁଥିଲେ । ଶିକ୍ଷାର ଆର୍ଥ କିଛି ସାର୍ଟିଫିକେଟ ହାସଲ ନୁହେଁ, ବରଂ ଶିକ୍ଷାକୁ ସଠିକ ଭାବେ ପ୍ରୟୋଗ କରିବା ଦ୍ଵାରା ଓ ନିଜର ବ୍ୟବହାରଗତ ଶୁଦ୍ଧି ଦ୍ଵାରା ଶିକ୍ଷଣର ମୁଖ୍ୟ ଅର୍ଥ ସାଧିତ ହୁଏ ସେ ତାହା ପ୍ରମାଣିତ କରି ଦେଖାଉ ଥିଲେ l

 

ଛୋଟ ଛୋଟ କବିତା ଗପ ମାଧ୍ୟମରେ ସେ ଜଟିଳ ବିଷୟକୁ ଅତି ସରଳ ଭାବରେ ଉପସ୍ଥାପନା କରିପାରୁ ଥିଲେ । ତାଙ୍କ ଗପ ଓ ଗୀତ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜ ତାଙ୍କ ଗପ ଓ କବିତାକୁ ସ୍ଥାନିତ କରିବା ପରେ ଲୋକ ପ୍ରିୟତାର ଶିଖରରେ ମ୍ୟାଡାମ ପହଞ୍ଚି ଯାଇଥିଲେ ।

 

ତାଙ୍କର ଲକ୍ଷ୍ୟ ଥିଲା ଶିଶୁ ମାନଙ୍କ ପାଇଁ ଏକ ପତ୍ରିକା ପ୍ରକାଶ କରିବେ। ଯେଉଁଥିରେ ନିଃଶୁଳ୍କରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଗପ, କବିତା ଓ ପ୍ରବନ୍ଧ ସ୍ଥାନିତ ହେବ। ମ୍ୟାଡାମ ନିଜ ଇଚ୍ଛାକୁ ମଧ୍ୟ ଅଚିରେ ପୂରଣ କଲେ।

 

“ଫୁଲଗଛ” ନାମରେ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କଲେ । ବହୁ ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ କଲେ ।

କେମିତି ଚାକିରି ଜୀବନର ଏତେ ବର୍ଷ ସରିଗଲା ନିଜେ ବି ଜାଣିପାରିଲେନି।

ସେଦିନର ସେ ବିଦାୟକାଳୀନ ମୁହୂର୍ତ୍ତରେ ହୃଦୟବିଦାରକ ଦୃଶ୍ୟ ଆଜିବି ଆଖିକୁ ଭିଜାଇ ଦିଏ। କେତେ ଆନ୍ତରିକତା, ନିବିଡତା ର ସଂପର୍କ ନିଜ କର୍ମକ୍ଷେତ୍ର ଓ ଛାତ୍ରଛାତ୍ରୀମାନଙ୍କ ସହ। କୋହଭରା ଅବସରକାଳୀନ ଅଭିଭାଷଣ , ଶୋଭାଯାତ୍ରାରେ ଗାଁ ପରିଭ୍ରମଣର ସେ କାଳଜୟୀ ସମୟ କଣ କେବେ ଭୂଲି ହେବ?

ପୁରୁଣାଦିନର ହଜିଯାଇଥିବା ସେଇ ସ୍ମରଣୀୟ ମୁହୂର୍ତ୍ତଗୁଡିକୁ ଫୁଲବଗିଚାରେ ବସି ରୋମନ୍ଥନ କରୁଥାନ୍ତି ଲେନି ମ୍ୟାଡାମ । ଖୁସିରେ ଆଖିରୁ ଝରିଚାଲିଥାଏ ଅମାନିଆ ଲୁହର ବନ୍ୟା। ହଠାତ୍ ହୃଦଘାତ ଯୋଗୁଁ ସେଇଠି ଟଳିପଡିଲେ ସେ ତାଙ୍କ ପ୍ରିୟତମ ସ୍ଥାନରେ। ମୃତ୍ୟୁ ତ କାହା ପାଇଁ ଅପେକ୍ଷା କରେନି। ବଡ ଦାରୁଣ ସେ କାଳଯମ କେତେବେଳେ ଆସେ କେହି ଜାଣିପାରନ୍ତି ନାହିଁ। ମହୀମଣ୍ଡଳେ ଜନ୍ମନେଲେ ଦେବତା ହେଲେ ବି ପ୍ରାଣତ୍ୟାଗ କରିବାକୁ ପଡେ। ନିମିଷକେ ଖବରପାଇ ଧାଇଁ ଆସିଲେ ପରିବାରବର୍ଗ, ସଂପର୍କୀୟ ଓ ତାଙ୍କୁ ଭଲପାଉଥିବା ପ୍ରତ୍ୟେକଟି ମଣିଷ ।

ଲୁହରେ ଭିଜୁଥାଏ ସଂଧ୍ୟା। ମଶାଣିର ନିଆଁଝୁଲରେ ତାଙ୍କ ପାର୍ଥିବ ଶରୀର ଜଳୁଥାଏ। ଆବାଳବୃଦ୍ଧବନିତାଙ୍କ ଛାତିର ବତୁରା କୋହସବୁ ଲୁହ ସାଜି ବହିଚାଲିଥାଏ । ସଭିଏଁ ବଖାଣିଚାଲିଥାନ୍ତି ତାଙ୍କ ମହାନ୍ କର୍ମକୁ।

 

ଆଜି ଲେନି ମ୍ୟାଡାମଙ୍କର ବାସଭବନରେ ମହା ସମାରୋହରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ।ସେଠାରେ ରହିଛି କବିତା ପାଠୋତ୍ସବ ସହ ତାଙ୍କ ଜୀବନୀ ଉନ୍ମୋଚନ କାର୍ଯ୍ୟକ୍ରମ। ଶିଶୁ ପତ୍ରିକା “ଫୁଲଗଛ” ମାଧ୍ୟମରେ ସବୁ ଶିଶୁଙ୍କ ହୃଦୟରେ ଘର କରିଥିବା ଲେନି ମ୍ୟାଡାମ ଦୂର ଆକାଶରେ ତାରା ଗହଣରେ ଏସବୁ ଦେଖୁ ଛନ୍ତି । ସେ ଆଜି ପାର୍ଥିବ ଶରୀର ତ୍ୟାଗ କରିଛନ୍ତି ସତ l ହେଲେ ତାଙ୍କ ଅମର ଆତ୍ମା ଫୁଲ ବଗିଚାରେ ଓ ସବୁ ଶିଶୁଙ୍କ ମନ ଅଗଣାରେ ରହିଛି ।

 

ଧନ୍ୟ ତାଙ୍କର ମନୁଷ୍ୟ ମଣିଷ ପଣିଆ l ଯାହା ତାଙ୍କର ମହାନ କର୍ମ ଦ୍ଵାରା ସାର୍ଥକ ହୋଇଛି । ତେଣୁ ସମସ୍ତ ଶିକ୍ଷକ ବନ୍ଧୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍ l

 

ଜନ୍ମଜୟ ନାୟକ

ଗଣିତ ଶିକ୍ଷକ

ଗୋପୀନାଥଜୀଉ ସରକାରୀ ଉଚ୍ଚବିଦ୍ୟାଳୟ

ଜଗତସିଂହପୁର

୯୩୩୭୮୦୦୫୬୫

Loading

Leave a Reply

Your email address will not be published. Required fields are marked *