#ଅସ୍ପଷ୍ଟ
ମରୁଭୂମିର ଅନାମଧେୟ
ବାଲୁକା ଶଯ୍ୟାରେ
ତୁମର ଚିହ୍ନା ଚିହ୍ନା ପଦଚିହ୍ନ
ଅନ୍ୱେଷଣର ପ୍ରୟାସ ମୋର
କ୍ଷୀଣ ହେବାରେ ଲାଗିଛି
ନୀରବତାର ଧୂଳିଝଡ଼ରେ ।।
ଓଠର ହସ ଅଦୃଶ୍ୟ
ଆଖିର ଚମକ ମଳିନ
ଅସରନ୍ତି ଅକୁହା କଥାର ବିଳାପରେ ।।
ଜାଣେ, ତୁମ ଇଲାକାରେ
ମୋର ବିଚରଣ ନିଷିଦ୍ଧ,
କିନ୍ତୁ ସେ ନିଷିଦ୍ଧ ସୀମାର ପ୍ରତିବନ୍ଧକ ଲଙ୍ଘି
କାଣିଚାଏ ମୁହୂର୍ତ୍ତର ମୋହ
ମତେ ବାରମ୍ବାର ଆକର୍ଷିତ କରେ
ଏକ ଅଜ୍ଞାତ ପରିଧିକୁ ।।
ସ୍ମୃତିର ଆଇନାରେ
ଧପ୍ କରି ଉଦ୍ଭାସିତ ହୁଏ ତୁମରି ରୂପକଳ୍ପ
ମୁଁ ପ୍ରବେଶ କରେ ବିଗତ ସମୟଚକ୍ରେ
ଅବସ୍ଥାପିତ ପରସ୍ତ ପରସ୍ତ ଶୂନ୍ୟ ଆବରଣେ
କଡ଼ ଲେଉଟାଉ ଥିବା ସେଇ
ଅନାବନା ଭାବନା ସନ୍ନିକଟେ ।।
ଜୀବନ ତମାମ ପାଇଁ
ସନ୍ତର୍ପଣେ ସାଉଁଟେ
ପ୍ରାପ୍ତିର ଝୁଙ୍କକୁ,
ହାଲକା ଥାପୁଡ଼େଇ ହୃଦୟକୁ ସାନ୍ତ୍ୱନା ଦିଏ
“ସେ ପୁନଃ ପ୍ରତ୍ୟାବର୍ତ୍ତନ କରିବେ
ଅସ୍ପଷ୍ଟ ପଦ ଚିହ୍ନକୁ ଆକୃତି ଦେବା ନିମିତ୍ତ…” ।।
ଯୁଗ ବିତିଯାଏ ଉତ୍ତର ଅପେକ୍ଷାରେ,
ଆଶା ମୋର ମଳିନତା ରାଜ୍ୟରେ
ମୁଖାବୃତ୍ତକରି ଗୁମମାରି ଲୋଟିପଡ଼େ
ସ୍ୱୟଂର ଅସ୍ତିତ୍ୱକୁ ଜାବୁଡ଼ି ଧରି,
ତଥାପି ନୀରବତା ଧୂଳିଝଡ଼ର ବେଗ
ବିରାମ ନିଏନି
ତୁମଠୁ ଆରମ୍ଭ ଏ କାହାଣୀ
ସମାପ୍ତ ହୁଏନି,
ସମାପ୍ତ ହୁଏନି ।।
©️®️ ସଞ୍ଜିତା ପ୍ରଧାନ
ସୁନ୍ଦରଗଡ଼
I do believe each of the concepts you have released on your post. They’re seriously convincing and might unquestionably work. Nonetheless, the posts are way too quick for newbies. May well you make sure you increase them a little bit from upcoming time? Many thanks for that publish