#ଅଭୁଲା_ଫଗୁଣ
ପ୍ରାତଃ ଚିରନ୍ତନେ ଏହି ସାୟନ୍ତନେ
ତୁମେ ମନେପଡ଼ ବେଶୀ
ବାଷ୍ପାକୁଳ କଣ୍ଠେ ଥର ଥର ଓଠେ
ତୁମ କଥା ଭାବେ ବସି..।
ଝୁରେ ମୋ’ ସପନ ଝୁରେ ମୋ’ ପରାଣ
ମନର ଟାଙ୍ଗରା ଭୂଇଁ
ଫଗୁଣ ଆସିଲା ଫୁଲ ବି ବସିଲା
ତୁମେ ତ ଫେରିଲ ନାହିଁ….।
ସାଥୀ ତୁମପାଇଁ ହୃଦୟ ଗହ୍ୱରେ
ପ୍ରଣୟର ଦୀପ ଜଳେ
କାବ୍ୟମୟ ହୋଇ ଉଠଇ ହୃଦୟ
କୋହ ଉଠେ ଛାତି ଥରେ….।
ନିରୀହଟେ ଥିଲି ସୌରଭ ଢାଳି
ବାସ୍ନା ପରିପ୍ଲୁତ କଲ
ନିଭୃତ କୋଣରୁ ଟାଣି ଆଣି ମତେ
ଜିଇଁବାର ନିଶା ଦେଲ….।
ଜାଣିଛି ଜୀବନେ ଜୀବ ଜାଗରଣେ
(ଆଉ) ତୁମକୁ ପାଇବି ନାହିଁ
ଅରଣ୍ୟ ରୋଦନ କରଇ ଏ ମନ
ଝୁରିହୁଏ ତୁମପାଇଁ…….।।
#ସୁପ୍ରଜିତ୍ ସାହୁ