🙏🌹ଲଷ୍ମୀ ପୂଜା 🌹🙏
ହେମନ୍ତ ବାସରେ ଅଳପ ଶୀତରେ
କୁସୁମ ଚାଦର ଢାଙ୍କି,
ଆସେ “ମା “ମୋର ତେଜି ସ୍ବର୍ଗପୁର
ପଦ୍ମପାଦ ଝୋଟି ଦେଖି.👣
ମାସ ମଧ୍ୟେ ସାର ଅଟେ ମାର୍ଗଶିର
ପ୍ରିୟ ବିଷ୍ନୁପ୍ରିୟାଙ୍କର,
ପଡି ଚରଚନ୍ତି ପରା ପଡିଦାତ୍ରୀ
ବୁଲିବୁଲି ସବୁ ଘର. 👣
ଏମିତି ସବୁରି ଘର ବୁଲୁବୁଲୁ
ଦେଖିଥିଲେ ସେ ମର୍ତ୍ତ୍ୟରେ,
ଜାତି, ଅଜାତିର ଭେଦଭାବ ଆଉ
ଭେଦ ନାରୀ ପୁରୁଷରେ. 👣
ତାକୁ ସଜାଡ଼ିବା ପାଇଁ ମହାମାୟୀ
ପ୍ରଭୁଙ୍କ ସଙ୍ଗେ ମିଳିଲେ,
ବଳରାମ ଦାସ ହିସାବରେ ଅଜା
ଲେଖନୀ ସୁଦୃଢ କଲେ. 👣
ସେହି ସମାଜର ପୁରୋଧା ମାନଙ୍କୁ
ବାଟକୁ ଆଣିବା ପାଇଁ,
ବରବର୍ଷ ଯାଏଁ ଭିକ୍ଷା ମାଗିଥିଲେ
ପ୍ରଭୁ ବ୍ରହ୍ମାଣ୍ଡ ଗୋସାଇଁ. 👣
ସମସ୍ୟାର ସମାଧାନ ହୋଇଗଲା
ଲଷ୍ମୀ ରଖିଥିଲେ ସର୍ତ୍ତ,
ଆଜିଠାରୁ ଜାତିପ୍ରଥା ରହିବନି
ପ୍ରଭୁଙ୍କୁ କରାଇ ସତ୍ୟ. 👣
ନାରନାରୀ ପରା ଅଟନ୍ତି ସମାନ
ଦୁଇଟି ପାର୍ଶ୍ଵ ମୁଦ୍ରାର,
ଏକ ବିନା ଆନ ହୁଅଇ ଅଧୁରା
ଜିଇଁବା ବି କଷ୍ଟକର. 👣
ସେଇଦିନୁ ମା “ପୂଜା ପାଉଛନ୍ତି
ବର୍ଷ ଆରମ୍ବରୁ ଶେଷ ଯାଏଁ,
ଗଜଲଷ୍ମୀ, ଭାଗ୍ୟଲଷ୍ମୀ, ଧନଲଷ୍ମୀ
କିଏ କେଉଁ ନାମେ ଧ୍ୟାୟେ. 👣
ସେଦିନୁ ଉତ୍କଳ ପରମ୍ପରା ରେ
ଜଡିତ ଲଷ୍ମୀ ଙ୍କ ପୂଜା,
ଯେମିତି ଗଣେଶ, ସରସ୍ବତୀ, ଦୁର୍ଗା
ଠାରୁ ଶ୍ରେଷ୍ଠ ଲଷ୍ମୀ ପୂଜା.👣
ଶ୍ରୀମତୀ କୃଷ୍ଣା ଦାସ
ପୁରୀ