🌷ଲକ୍ଷ୍ମୀ ସ୍ତୁତି🌷
ଜୟ ଜୟ ମହା ଲକ୍ଷ୍ମୀ ଜୟ କମଳିନି
ଜୟ ଗଜଲକ୍ଷ୍ମୀ ମାଗୋ ବିଷ୍ଣୁଙ୍କ ଘରଣୀ।।
ଜୟମାଗୋ କୃପାମୟୀ କରୁଣା ସାଗର
ତୋଅରୁଣା ବିନା ମାଗୋ ସବୁ ଅନ୍ଧକାର।।
ତୋର ଦୟା ବଳେ ମାଗୋ ଗୃହ ପରିପୂର୍ଣ୍ଣ
ମାନ ସନମାନ ଆଉ ଯଶ କ୍ଷତି ଧର୍ମ।।
ତୋର କୃପା ବଳେ ମାଗୋ ସୁଖ ଶାନ୍ତି ମିଳେ
ସଉଭାଗ୍ଯ ଗୋପଧେନୁ ପ୍ରାପ୍ତି ହୁଏ ବଳେ।।
ତୁମଦଶ ନାମଧରି ଯେକରେ ସ୍ମରଣ
ଦୁଖଃ ବିପଦ ଖଣ୍ଡଇ ଧନ ପରିପୂର୍ଣ୍ଣ।।
ମାର୍ଗଶିର ଶୁକ୍ଳ ପକ୍ଷ ଦଶମୀ ତିଥିରେ
ଶୁଦଶା ଵ୍ରତ ହୁଅଇ ଶୁଭ ମୁହୁର୍ତ୍ତ ରେ।।
ସେହିଦିନ ନାରୀ ମାନେ ତତପର ହୋଇ
ବ୍ରତର ବିଧିବିଧାନେ ଉପବାସ ରହି।।
ନୀତି କିନ୍ତି ଅନୁଶାରେ ବ୍ରତଯେ କରନ୍ତି
ମହାଲକ୍ଷ୍ମୀ କୃପାହୋଇ ବୈଭବ ବଢାନ୍ତି।।
ଦଶ ନାମଧରି ଦଶ ଗଣ୍ଠିକୁ ପକାଇ
ଗୋଟି ଗୋଟିଏ ସୁଗୁଣ ଧାରଣ କରଇ।।
ପ୍ରଥମେ ଶ୍ରୀ ମହା ଲକ୍ଷ୍ମୀ ଦିତୀୟେ କମଳା
ତୃତୀୟେ ପଦ୍ମିନୀ ନାମ ଚତୁର୍ଥେ ଚଞ୍ଚଳା।।
ପଞ୍ଚମରେ ଗଜଲକ୍ଷ୍ମୀ ଷଷ୍ଠେ ପଦ୍ମାଳୟା
ସପ୍ତମେ ପଡିଦାତ୍ରୀ ଅଷ୍ଟମେ ମହାଳୟା।।
ନବମରେ ଶାନ୍ତି ଲକ୍ଷ୍ମୀ ଦଶମେ ବିଜୟା
ଏକଦଶେ ଧନ ଲକ୍ଷ୍ମୀ କୁବେର ତନୟା।।
ଯେତେବେଳେ ତୋରନାମ ଆରତେ ସ୍ମରଣ
କରିବା ମାତ୍ରକେ ଦିଅ କୋଟି ବସ୍ତ୍ର ଧନ।।
ସଦା ସର୍ବଦା ମୋ ଗୃହେ ବାସ କରୁଥାଅ
ଆରତେ ମିନତି କରେ କୃପା ବାରି ଦିଅ।।
ଜୟମାଁ କମଳା ଦେବୀ ଫେଡମୋ ଦୁର୍ଗତୀ
ଆଶ୍ରା ଦେଇ ପାଦତଳେ ଘେନ ମୋ ପ୍ରଣତି।।
ସୋରଡା, ଗଞ୍ଜାମ୍
୭୫୩୭୦୪୬୫୩୩