ଏମିତି ସେ ପ୍ରେମ
★★★★★★★★
ଏମିତି ସେ ପ୍ରେମ ଥିଲା ମାୟା ମରୀଚିକା।
ନୀତି ପୁଣି ତୁମ ସାଥେ ହେଉଥିଲା ଦେଖା।।
ବୁଝି ତାହା ପାରିଲିନି ମୁଁ ଯେ କେମିତିକା।
ବୁଝିଲା ବେଳକୁ ତୁମେ ହୋଇଗଲ ଏକା।।
ମନେ ପଡେ ଆଜି ମୋର ସେଇ ପୂର୍ବ କଥା।
ତୁମ ସହାୟତା ଓ ମୋ ଦରିଦ୍ର ଅବସ୍ଥା।।
ମୋ କଳା କୃତ୍ତିରେ ତୁମେ ଥିଲ ଯେ ସନ୍ତୁଷ୍ଟ।
ପ୍ରତିଭା ଦିଗରେ ତୁମେ ଦେଖାଇଛ ବାଟ।।
ଦରିଦ୍ରତା ଜାଳୁଥିଲା ମୋର ଜୀବନକୁ।
ଦ୍ୱୀପ ହୋଇ ନେଇଥିଲ ଆଲୋକ ବାଟକୁ।।
ଅର୍ଥାଭାବେ ନୈରାଶ୍ୟ ରେ ବିତୁ ଥିଲା ଦିନ।
ତୁମ ପାଇଁ ବହୁ ଦୂରେ ଆଜି ସେ ଦୁର୍ଦ୍ଦିନ।।
ମୋହ ଠାରେ ଲୀନ ଥିଲା ତୁମର ସେ ପ୍ରାଣ।
ସେଥିପାଇଁ ଶିକ୍ଷା କ୍ଷେତ୍ରେ ହୋଇଲ ବିଫଳ।।
ତୁମର ସାହାର୍ଯ୍ୟ ପାଇଁ ହୋଇଲି ସଫଳ।
ବୁଝି ପାରିନି ତୁମକୁ ମୁଁ ଏଡ଼େ ପାଗଳ।।
ଆଜି ପ୍ରିୟା ଲାଗେ ନିଆଁ ଏ ମୋର ମନରେ।
ଅନ୍ତର୍ଦ୍ୱନ୍ଦ ଜ୍ୱାଳା ଜାଳେ ହୃଦେ ଓ ପ୍ରାଣରେ।।
ପାପ ମୁଁ କରିଛି ଯାର ପ୍ରାୟଶ୍ଚିତ ନାହିଁ।
ଜାଣେନା ନର୍କରେ ସ୍ଥାନ ମିଳିବ କି ନାହିଁ।।
ଭଲ ପାଇବାଟା ଥିଲା ମୋ ପାଇଁ ଅଛପା।
ତୁମ ପ୍ରେମ ମୋ ପାଇଁ ଯେ ଥିଲା ତ ଅମପା।।
ସବୁ ବୁଝିଛି ଆଜି ମୋ ଏ ଅବୁଝା ମନ।
ତୁମ ବିନା ମୂଲ୍ୟହୀନ ଆଜି ଏ ଜୀବନ।।
ପ୍ରାୟଶ୍ଚିତ କରିବାକୁ ଚାହୁଁଛି ଏ ପ୍ରାଣ।
ସୁଯୋଗ ମିଳିଲେ ତାହା କରିବି ପୁରଣ।।
ଏ ଜନମେ ତୁମର ମୁଁ ପାରିଲିନି ହୋଇ।
ଭାବେ ମୁହିଁ ନିଅତିର ଇଛା ବୋଧେ ନାହିଁ।।
କ୍ଷମା କରିଦେବ ମୋତେ ଯେଉଁଠି ବି ଥାଅ।
ହୃଦୟ ଭିତରୁ ମୋତେ ଦେବନି ବିଦାୟ।।
ଭୁଲିବାକୁ ଚାହିଁଲେ ବି ପାରୁନାହିଁ ଭୁଲି।
ସମୟତ ମୋହ ଠାରୁ ଯାଇଛି ଯେ ଚାଲି।।
ଭାବୁଛି ପୁଣି ମୁଁ ଫେରି ଆସନ୍ତା ସମୟ।
ତୁମ ଭାବନାରେ ମୁଁ ଯେ ହୁଅନ୍ତି ଅଥୟ।।
ଦିବା ରାତ୍ରି ଏକ୍ କରି ଦିଅନ୍ତି ବିତାଇ।
ସବୁ ଭୁଲିଯାନ୍ତି ମୁଁ ତ କିଛି କ୍ଷଣ ପାଇଁ।।
ଜାଣିଛି ଏ ସମାଜତ ଦେବନି ସ୍ୱୀକୃତି।
ନାନା ଜାତିର ମନୁଷ୍ୟ ନାନା ଜାତିମତି।।
ଏବେବି ସମୟ ଯେବେ ଦେବ ଅନୁମତି।
ନିର୍ଦ୍ୱନ୍ଦରେ ତୁମକୁ ମୁଁ ସ୍ୱାଗତ କରନ୍ତି।।
★★★★★★★★★★★★★★
ତପସ୍ୱିନୀ ଜେନା
କୁଜଙ୍ଗ, ଜଗତସିଂହପୁର