{କୁଞ୍ଜେ କୁଞ୍ଜେ ରେ……}
କୁଞ୍ଜେ କୁଞ୍ଜେ ରେ…………
ବିରହୀଣୀ ରାଇ
କାହ୍ନୁକୁ ଖୋଜୁଛି
ତନୁ ମନ ଲଗାଇ ରେ………
କୁଞ୍ଜେ କୁଞ୍ଜେ ରେ……….
ଶୁଖୁଛି ଗଜରା
ମଲ୍ଲିଫୁଲ ହାର
ନୟନୁ ଝରୁଛି
ଶ୍ରାବଣ ର ଧାର
ଭାବେ ମନେ ମନେ
ନନ୍ଦପୁଅ ଠକି ଦେଲାରେ
କୁଞ୍ଜେ କୁଞ୍ଜେ ରେ……….. ll
କଦମ୍ବ ଗଛରେ
ଫୁଟୁନାହିଁ ଫୁଲ
ଯମୁନା ର ପାଣି
ନିଶବ୍ଦ ନିଶ୍ଚଳ
କାକ ପିକ ଶାରୀ
ମଉନେ ବସନ୍ତି
ସୁଖ ନାହିଁ ତାଙ୍କ ମନରେ
କୁଞ୍ଜେ କୁଞ୍ଜେ ରେ…………. ll
ହାଏରେ ଦଇବ
ଇଏକି ତୁ କଲୁ
ଦେହରୁ ପରାଣ
ଛଡାଇ ତୁ ନେଲୁ
ନିନ୍ଦା ଅପବାଦ
ଆଉ ତୁ ନଦେଇ
ମୋ ଜୀବନ ନେଇ ଯାଆରେ
କୁଞ୍ଜେ କୁଞ୍ଜେ ରେ………….. ll
*ବୈଦ୍ୟନାଥ ପଣ୍ଡା.*
ଅବଦଲ ପୁର. ଯାଜପୁର
ଦୂରଭାଷ=9439854199.
265 total views, 1 views today