କବି ଟିଏ ମୁଁ କବି ଟିଏ
ଜାନକୀ ମହାନ୍ତ
ମୁଁ ଶୁଦ୍ଧ ସୁଧା ଝର ଟିଏ,
ବ୍ରହ୍ମା’ସୃଷ୍ଟିରେ ଦ୍ଵିତୀୟ ସ୍ରଷ୍ଟା ଟିଏ,
ବୀଣାପାଣି ଙ୍କର ପୁତ୍ରୀ ଟିଏ
ସୁନ୍ଦର ମନର ମୁଗ୍ଧ ଛବି ଟିଏ ।।
କବି ଟିଏ ମୁଁ କବି ଟିଏ…
ପଙ୍କରେ ପଙ୍କଜିନୀ ଟିଏ,
ମନ କଲମରେ ପ୍ରୀତିର କାଳିରେ
ଶବ୍ଦର କୁଞ୍ଜରେ ଲେଖିଯାଏ
କଳ୍ପନାର ନେତ୍ରେ ଛବି ଆଙ୍କି ଯାଏ ।।
କବି ଟିଏ ମୁଁ କବି ଟିଏ….
ମୁଁ ଯାଦୁର କଲମ ଟିଏ,
ମରୁଭୂମିରେ ପାରିଜାତ ଫୁଟାଏ
ସାଗରରୁ ମୁକ୍ତା ଆଣି ଦିଏ
ନଭ ତାରା ଫୁଲେ ଗଭା ମୋ’ ସଜାଏ ।।
କବି ଟିଏ ମୁଁ କବି ଟିଏ….
ମୁଁ ନବ ସମ୍ଭାବନା ଟିଏ,
ସୁପ୍ତ ଚେତନାକୁ ଜାଗ୍ରତ କରାଏ
ବିପ୍ଳବର ବହ୍ନି ଜାଳି ଦିଏ
କ୍ରାନ୍ତିର ଆହ୍ୱାନେ ଦିଗ୍ ଦର୍ଶନ ଦିଏ।।
କବି ଟିଏ ମୁଁ କବି ଟିଏ…
ମୁଁ କିରଣ ବର୍ତ୍ତିକା ଟିଏ,
ସ୍ନେହ ପ୍ରେମ ହୃଦେ ଢ଼ାଳି ଦେଇ ଥାଏ
ଅନ୍ୟାୟ ତମସା ଜାଳି ଦିଏ
ସ୍ୱଚ୍ଛ ହୃଦୟର ଦିବ୍ୟ ଜ୍ୟୋତି ଟିଏ।।
କବି ଟିଏ ମୁଁ କବି ଟିଏ….
ମୁଁ ନିସ୍ୱ କାବ୍ୟ ଶିଳ୍ପୀ ଟିଏ,
ଆଶାର କୋଣାର୍କ ତୋଳି ଦେଇ ଥାଏ
ଭଗ୍ନ ଶୀଳା ଦେହେ ପ୍ରାଣ ଦିଏ
ରକ୍ତିମ ଆଦିତ୍ୟ କର ବୁଣି ଦିଏ ।।
କବି ଟିଏ ମୁଁ କବି ଟିଏ…
ଯୁଦ୍ଧରେ ବୀରାଙ୍ଗନା ଟିଏ,
ଅସୀ ଠାରୁ ତୀକ୍ଷ୍ଣ ଧାର ମସୀ ହାୟେ
କଲମରୁ ଝର ବହିଯାଏ
ବିଜୟୀର ଟିକା ଦେଇ କହିଯାଏ।।
କବି ଟିଏ ମୁଁ କବି ଟିଏ…
ବେଙ୍ଗାଲୁରୁ