କଥା ଦିଅ ସାଥି କେବେ ଛାଡ଼ିବନି ହାତ
ସମ୍ପର୍କ ଆମର କ୍ଷୀରର ନୀରର
ଫୁଲରେ ସୁବାସ ପରି
ଦେହସାଥେ ଛାଇ ଗୋପନରେ ଥାଇ
କେହିତ ଦେଖି ନପାରି।
ଆକାଶରେ ଚାନ୍ଦ ସରରେ କୁମୁଦ
ସମ୍ପର୍କ ନିବିଡ଼ ତର
ବେଳାଠୁଁ ସାଗର ନହୁଏ ଅନ୍ତର
ସାଥି ଦୁହେଁ ଦୁହିଁଙ୍କର।
ଦିନ ସାଥି ରାତି ନଛାଡ଼େ ତା କତି
ଚାଲନ୍ତି ଆଗ ପଛରେ
ବୁଢ଼ା ବୁଢ଼ୀଙ୍କର ସାଥିଟି ତାଙ୍କର
ବାଉଁଶ ଠେଙ୍ଗା ହାତରେ।
କଥା ଦିଅ ସାଥି ଛାଡ଼ିବନି କତି
ହାତେଥିବ ହାଜ ଧରି
ଛାଡ଼ିଦେଲେ ହାତ ହୋଇବି ଅନାଥ
ଜୁଇରେ ଦେବେଟି ଭରି।
ଯୁଗ ଯୁଗାନ୍ତର ସାଥି ମୁଁ ତୁମର
ଭୁଲି ନଯିବହେ ମୋତେ
ଏ ରଙ୍ଗ ଦୁନିଆ ଦେଖାଏ କିମିଆ
ଛଡ଼ାଇ ନେବହେ ସତେ।
ମୋ ଠାରୁ ଅଧିକ ରୂପ ଯେ ତାହାଙ୍କ
ବୁଲୁଛନ୍ତି ବଜାରରେ
କିଏ କେତେବେଳେ ଆସିଯିବେ କାଳେ
ଛନକା ଲାଗେ ମନରେ।
ସହୟତା କାର ତୁମେ ନେଇପାର
ମୋତେ ନକରିବ ପର
ସୃଷ୍ଟି ଆରମ୍ଭରୁ ଜନମ କାଳରୁ
ତୁମେ ଏକା ମୋ ନିଜର।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ
33 total views, 1 views today