କୃଷ୍ଣଙ୍କୁ ପ୍ରଶ୍ନ
ସେ ଅଗ୍ନିରୁ ଜନ୍ମିଲା
ତମ ଯୋଜନା ଅନୁସାରେ
ତମେ ତାକୁ ଜୀବିତରେ ମାରିଦେଲ…
କେଉଁ ସଉକରେ ?
ସେ ପାଞ୍ଚ ପତିଙ୍କୁ ବରିଲା
ତମ ଇଶାରାରେ
ତମେ ତାକୁ ଲାଞ୍ଛିତ କଲ…
କଣ ତମ ନିଜ ଇଚ୍ଛାରେ ?
ସେ ଅସ୍ତ୍ର ଧରିଥିଲା
ତମ ନିର୍ଦ୍ଦେଶ ରେ
ତମେ ତାକୁ ନିର୍ବସ୍ତ୍ର କଲ…
କାହା ଆଦେଶରେ ?
ସେ ସପତ୍ନୀକୁ ସ୍ୱାଗତ କଲା
ତମରି ଆଜ୍ଞାରେ
ତମେ ତାକୁ ପୁତ୍ରହୀନ କଲ…
କେଉଁ ସାହସରେ ?
ତା ସୁଖ ଘେନି ଗଲ
ତାକୁ ଖାଲି ଦୁଃଖ ଦେଲ
କଣ ତମେ କୃଷ୍ଣ , ସେ କୃଷ୍ଣା…
ଏହି ଅଧିକାରରେ ?
ସବୁ ନେଲ , ସବୁ ସେ ହାରିଲା
ତମରି ଚରଣରେ
ତଥାପି ମନ ବୁଝିନି, ଆତ୍ମା ପୂରିନି…
ଘଟ ତାର ଛଡେଇଲ ଅଧା ବାଟରେ ।।
ତମେ ଭୁଲ୍ କରିଛ
ତମେ ପାପ କରିଛ
ହଁ ହଁ ତମେ ମସ୍ତବଡ଼ ଭୁଲ୍ କରିଛ
ପାପ କରିଛ….
ହାତ ନ ଧରି ଭଲା
ମଥା ଥରେ ନୁଆଇ ଥାଆନ୍ତ
ତା ପାଦ ପଦ୍ମ ରେ ।।
– ରାଜଶ୍ରୀ ପରିଡ଼ା 🙏
I truly appreciate this post. I have been looking all over for this! Thank goodness I found it on Bing. You have made my day! Thank you again
real sex dolls Only The Best Dolls At the Best Costs At SexDoll.com Proceso de despacho aduanero de las muñecas sexuales TPE and Silicone Attractive Dolls for Style Modeling Sex among people and robots will be broadly accepted