……..କୋଣାର୍କ………
ନରସିଂହ ଦେବ କରିଲେ ଆଦେଶ
ଚନ୍ଦ୍ରଭାଗା ନଦୀ ତୀରେ
ସୂର୍ଯ୍ୟ ମନ୍ଦିର କରିବ ନିର୍ମାଣ
ଶ୍ରେଷ୍ଠ ହେବ ଜଗତରେ |
ଶିବେଇ ସାନ୍ତରା ଖାଇଲା ଜାଉ
ଥାଳିର ମଝିରୁ ନେଇ
ବୁଢ଼ୀ ଠାକୁରାଣୀ ମନ୍ଦିର ତୋଳା
କଥାକୁ ଥିଲେ ବତାଇ |
ବାରଶ ବଢ଼େଇ ବାରବର୍ଷ ଖଟି
ମନ୍ଦିର କରିଲେ ଠିଆ
ଧରମା ଆସିଲା ମୁଣ୍ଡି ମାରିଦେଲା
ଇତିହାସ କହେ ଯାହା |
ପଥରେ ଶୋଭନ ଦିଶେ ରଥସମ
କାନ୍ଥେ ମୂରତି ପୂରିତ
ମଧ୍ୟେ ସିଂହାସନ ଦିଶେ ଅନୁପମ
ନାଟ୍ୟ ମଣ୍ଡପ ଶୋଭିତ |
ଚବିଶିଟି ଚକ କାଳର ସୂଚକ
ସୂର୍ଯ୍ୟଥିଲେ ଆକାଶରେ
ଦକ୍ଷିଣାୟନ ଉତ୍ତରାୟଣ ମାସେ
ସମୟ ଜଣାଇ ପାରେ |
ପୃଥ୍ଵୀରେ ଆଶ୍ଚର୍ଯ୍ୟ କଳାର ଭାସ୍କର୍ଯ୍ୟ
ଉତ୍କଳର ଯଶ ଗାଏ
ମୂକସାକ୍ଷୀ ହୋଇ ଇତିହାସ ଗାଇ
ନୀରବେ ବିରାଜୁ ଥାଏ |
ଶରତ ଚନ୍ଦ୍ର ପଣ୍ଡା, ଗ୍ରା /ପୋ -ଡ଼େଙ୍ଗାଡି, ଗଞ୍ଜାମ |
ଫୋନ ନଂ -9938693319.
best drug store foundation pharmacy rx one reviews e d
what to say to get prescribed viagra viagra 100mg walgreen viagra coupon