March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

କୋଣାର୍କ—ବନଲତା ଜାଲି

କୋଣାର୍କ

 

ଭଗ୍ନ ମନ୍ଦିରର କଳା ଐଇଶ୍ଚର୍ଯ୍ଯ
ଓଡିଆ ଜାତିର ଗାଥା
ନରସିଂହ ଦେବ,ଶିବେଇ ସାଁନ୍ତରା
ବିଶୁ ମହାରଣା କଥା
ଧର୍ମପଦ ତ୍ଯାଗ ଶିଳ୍ପୀଙ୍କ ଭାସ୍କର୍ଯ୍ୟ
ଭାବିଲେ ନୁଅଁଇ ମଥା ।।

ପୁରୀ ଉପକୂଳେ ସାଗର ବେଳାରେ
ଚନ୍ଦ୍ରଭାଗା ନଦୀ ତୀରେ
ନିର୍ମିତ ହୋଇଲା ସୂର୍ଯ୍ୟଙ୍କ ମନ୍ଦିର
ଖ୍ଯାତ ସାରା ପୃଥିବୀରେ
ସିଂହାସନେ ଉଭା ଝୁଲନ୍ତା ବିଗ୍ରହ
ଝଲସଇ ରବିକରେ ।।

ବାରଶ’ବଢେଇ ତେରଶ’କମାର
ଶିଳ୍ପୀ କାରିଗର କୁଳ
ରାଜାଙ୍କ ଆଦେଶେ ପରିବାର ଛାଡି
କର୍ମରେ ହେଲେ ତତ୍ପର
ଚଳନ୍ତା ରଥକୁ ଉପହାର ଦେଲେ
ଏ ଭଳି କଳା ବିରଳ ।।

ଆଙ୍କିଦେଲେ ଖୋଳି ସାମାଜିକ ଚିତ୍ର
ଗଛଲତା,ଫୁଲ ଫଳ
ସାଂପ୍ରତିକ ରୂପ,ରାଜ ଦରବାର
ବାଦ୍ଯ,ଯୁଦ୍ଧ ଫଳାଫଳ
ଗଜ,ଅଶ୍ବ,ଲଗ୍ନରୂପସୀ,ନର୍ତ୍ତକୀ
ପ୍ରଣୟ,ପ୍ରକୃତି କୋଳ ।।

ବିଶୁ ମହାରଣା କାରିଗରୀ ବିଦ୍ଯା
ବାରବର୍ଷର ଖଜଣା
ସବୁ ଶିଳ୍ପୀଙ୍କର ଅକ୍ଳାନ୍ତ ଉଦ୍ଯମ
ଦଧିନଉତିରେ ଊଣା
ବାପାଙ୍କୁ ଦର୍ଶନ କରିବାକୁ ଆସି
ଧରମା କଲା ସ୍ଥାପନା ।।

ପ୍ରାଚୀ ତୁଠେ ରବି ଉଠିଲେ ଗଗନେ
ପହିଲି ସୂର୍ଯ୍ୟ କିରଣ
ପଡି ପ୍ରତିଭାତ ସୂର୍ଯ୍ୟଙ୍କ ପ୍ରତିମା
ହୁଅଇ ପ୍ରତିଫଳନ
ଚୁମ୍ବକରେ ଝୁଲା ଦଧିନଉତିଟି
ଥିଲା ମୁଖ୍ୟ ଆକର୍ଷଣ ।।

ଛବିଶି ଚକଟି ଦିବସ ଅବଧି
ବାର ଅଖ ବାର ମାସ
ସପ୍ତଘୋଡା ସପ୍ତାହର ସାତଦିନ
ସଂକେତରେ ପରକାଶ
ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ
ପ୍ରତୀକ ଦିବସ,ବର୍ଷ ।।

ଦଧିନଉତିକୁ ବସାଇ ଧରମା
ଦେଲା ଆତ୍ମ ବଳିଦାନ
ସବୁ ଶିଳ୍ପୀଙ୍କର ଜୀବନ ରକ୍ଷାରେ
ଶ୍ରେଷ୍ଠ ତା’ର ଅବଦାନ
ଓଡିଆ ଶିଳ୍ପୀଙ୍କ ନିଷ୍ଠା,ପରିଶ୍ରମ
ଜାତିର ସେ ସ୍ବାଭିମାନ ।।

କୃଷ୍ଣ ପ୍ରସାଦ,ପୁରୀ

 752 total views,  2 views today

Leave a Reply

Your email address will not be published. Required fields are marked *