କଳା ନାଉରୀ
ଆରେ କଳା ନାଉରୀ, ମୋତେ କରିଦେ ପାରି,
ବେଳ ରତରତ ହେଲା,ଯିବି ସେପାରି।
ଝଡ ଵରଷା ଆସି,ନାଆ ମୋ ଯାଏ ଭାସି,
ସଳଖୀ ଧରିଵୁ ମଙ୍ଗ,ନ କର ଡେରି।
।o।
କେଡେ ଶରଧାରେ ଗୋଟେ କରିଲି ଘର,
ସେ ଘରୁ ମୁଁ ବିଦାହେଵି କରିଵେ ପର,
ଏକା ମୁଁ ଆସି ଥିଲି,ଏକା ହୋଇ ଫେରିଵି,
ମୋ ସଙ୍ଗେ ନାହାନ୍ତି କେହି ଆଜି ପଝାରୀ ।
। 1।
ଜାଣିଲି ଧନ ସମ୍ପତ୍ତି ଏ ନୁହେଁ ମୋର,
ବୃଥା ଟାଣ କରୁଥିଲି ,କର ଉଦ୍ଧାର,
ତୋତେ ମୁଁ ଭରଷା କଲି, ପାରି କରି ଦେବୁ ବୋଲି,
ବନ୍ଧୁ ସହୋଦର କେହି ନୁହେଁ କାହାରି।
। 2।
ଆରେ କଳା ନାଉରୀ, ମୋତେ କରିଦେ ପାରି,
ବେଳ ରତରତ ହେଲା,ଯିବି ସେପାରି।
କହୁଥିଲି ଏଠି ଯାହା ସବୁ ମୋହର,
ଭାବି ନଥିଲି ଏମାନେ କରିବେ ପର,
ଶୂନ୍ୟ ହସ୍ତେ ଆସିଲି, ଶୂନ୍ୟ ହସ୍ତେ ଫେରିଵି,
ମାୟା ବନ୍ଧନରେ ପଡ଼ି ହେଉଛି ଘାରି।3
ଆରେ କଳା ନାଉରୀ, ମୋତେ କରିଦେ ପାରି,
ବେଳ ରତରତ ହେଲା ଯିବି ସେପାରି।
ଅଶୋକ ସାର
ଦହିଗାଁ, 42mouza
। କଟକ।