କାଳିଆ ଭରଷା
କେତେ ଡାକିବି ରେ ତୋତେ କହ କାଳିଆ,
ଆରେ ନୀଳା ଚଳିଆ,ସଜ ଫୁଲ ରସିଆ
ଶୁଣୁ ଯଦି ସବୁ କଥା ଥରେ ତୁ ଆ ।0
ତୋ ପାଦ ପଡ଼ିଲେ ଘର ପବିତ୍ର ହେବ,
ତୁଳସୀ ଦୟଣା ସମ ଏଠି ଵାସିଵ,
ନୁହେଁ ଏ ଶ୍ରୀମନ୍ଦିର, ଭଙ୍ଗା ମାଟି କୁଟୀର
ଥରେ ବୁଲି ଗଲେ ମୋତେ ମିଳନ୍ତା ରାହା।1
ପାଦ ପଦ୍ମ ଧୋଇ ଦେବି କାଳିଆ ତୋର,
ଏ ମାୟା ସଂସାରେ ତୁହି ଭରଷା ମୋର,
ଆସନ ପାରି ଦେବି,ତୋତେ ରେ ଵସାଇଵି
ଖାଇବାକୁ ଦେବି ତୋତେ ବାଡି ନଡ଼ିଆ।2
ଶ୍ରୀମନ୍ଦିର ଛାଡି ଜାଣେ ଆସିବୁ ନାହିଁ,
ଷାଠିଏ ପଉଟି ତୋତେ ମିଳିବ କାହିଁ,
ତଥାପି ମନ ମୋର, ରହିଛି ଉଜାଗର
ସପନରେ ହେଲେ ହେଉ ହୋଇଵୁ ଠିଆ।3
କେତେ ଡାକିବି ରେ ତୋତେ କହ କାଳିଆ,
ଆରେ ନୀଳା ଚଳିଆ,ସଜ ଫୁଲ ରସିଆ
ଶୁଣୁ ଯଦି ସବୁ କଥା ଥରେ ତୁ ଆ।0
ଅଶୋକ କୁମାର ପତି, ଦହିଗାଁ
ଵୟାଳିଶ୍ ମୈ।ଜା, କଟକ।