###########
କିଛି କଥା ଥିଲା
###########
ଜୀବନ ରେ ତ
ଅନେକ ଝଡ଼ ଅନେକ ଝଞ୍ଜା ଆସିବ
ତେବେ କଥା ତ ଥିଲା …
ସାଥୀ ହେଇ ବାଟ ଚାଲିବାର
ହେଲେ କିଛି ତ କଥା ନ ଥିଲା
ଅଧା ବାଟେ ଛାଡ଼ିବା ପାଇଁ ନିଷ୍ପତି ନେବାର
କଥା ଥିଲା …
ସବୁ ପରିସ୍ଥିତି ସାଥୀ ହୋଇ ସାମ୍ନା କରିବାର
ହେଲେ ଏମିତି ତ କିଛି କଥା ନ ଥିଲା
ମତେ ମରଣ ମୁଁହ କୁ ଠେଲି ଦେବାର
କଥା ଥିଲା…
ବେଦୀ ନିଆଁ ଜଳିବାର
ଦୁହେଁ ଦୁହିଁ ଙ୍କ ର ହେବାର
ହେଲେ ସେମିତି କିଛି ତ କଥା ନ ଥିଲା
ବିରହ ନିଆଁ ରେ ଜଳିବାର
କଥା ଥିଲା …
ଡେଣା ଝାଡି ମୁକ୍ତାକାଶେ ଉଡି ବୁଲିବାର
ହେଲେ କଥା ତ ସେମିତି କିଛି ନ ଥିଲା
ବନ୍ଦୀ ଶାଳ ଜୀବନ ଅତିବାହିତ କରିବାର
କଥା ଥିଲା …
ସୁଖ ଦୁଃଖ ବାଣ୍ଟି ନେଇ
ଆଜୀବନ ସମର୍ପଣ ଭାବନା ର
ହେଲେ ସେମିତି ତ କିଛି କଥା ନ ଥିଲା
ଏକା ଏକା ଦୁଃଖ ସବୁ ପିଇବାର
କଥା ଥିଲା…
ଦୁହେଁ ଦୁହିଁ ଙ୍କ ରାସ୍ତା ରେ
ଫୁଲ ହେଇ ଫୁଟିବାର
ହେଲେ କିଛି ତ କଥା ନ ଥିଲା
କଣ୍ଟା ହେଇ ଛାତିରେ ଗଳିଯିବାର
କଥା ଥିଲା …
ମୁଁ ତୁମର ଆଉ ତୁମେ ମୋର ହେବାର ,
ହେଲେ ସେମିତି ତ କିଛି କଥା ନ ଥିଲା
ତୁମେ ଆଉ କାହା ର ହେଇ ଯିବାର ,
କଥା ଥିଲା …
ପ୍ରେମ ଆଉ ପ୍ରଣୟ ର
ହେଲେ ତା ଭିତରେ ସେମିତି ତ କିଛି କଥା ନ ଥିଲା ଛଳନା ଆଉ ପ୍ରତାରଣା କୁ ସ୍ଥାନ ଦେଇ ଦେବାର
କଥା ଥିଲା …
ମୋ ଦଶ ଦୋଷ କ୍ଷମା କରିବାର
ହେଲେ ସେମିତି ତ କିଛି କ
ଥା ନ ଥିଲା
ପରିସ୍ଥିତି ର ଦ୍ୱାହି ଦେଇ
ମତେ ସମସ୍ତଙ୍କ ଆଗରେ ଦୋଷୀ ସଜେଇ ଦେବାର …
ସ୍ୱାତୀ ସୁଚରିତା ପ୍ରିୟଦର୍ଶିନୀ
ଠିକଣା – ଓଡ଼ିଶା, ପୁରୀ