***********************
କିଛି କଥା ଥିଲା
***********************
କିଛି କଥା ଥିଲା ହେ କଳା କହ୍ନେଇ
କହି ମୁଁ ପାରୁନି କେବେ
ହୃଦୟ ଖୋଲି ମୁଁ ଯେବେ କହିଦେବି
ମନ ଶାନ୍ତ ହେବ ତେବେ ।
ନିରଳାରେ ବସି କେତେ ଭାବେ ମୁହିଁ
ତୁମରି କଥା ମନରେ
ଭାବି ଭାବି ମୋର ଦିନ ସରିଯାଏ
ତଥାପି ମନ ଅତୃପ୍ତ ରେ ।
ତୁମେ ମୋର ପ୍ରାଣ ତୁମେ ମୋର ସଖା
ତୁମେ ମୋର ସବୁକିଛି
ତୁମରି ଦର୍ଶନେ ତୁମରି ଭଜନେ
ଭବ ପାରି ହେବି ଭାବୁଛି ।
ନୁହେଁ ମୁଁ ରାଧିକା ନୁହେଁ ମୀରବାଇ
ମୁଁ ହେଉଛି ତୁମ ଦାସୀ
ଦାସୀ ହୋଇ ସଦା ପାଦ ସେବୁଥିବି
ଦେଖୁଥିବି ଧ୍ୟାନେ ବସି ।
ଏ ଜୀବନେ କେତେ ଝଡ଼ ଦେଖୁଛି ମୁଁ
କେତେ ଯେ ବାତ୍ୟା ଆସୁଛି
ସବୁ ସୁନାମୀ ର ସମ୍ମୁଖୀନ ପାଇଁ
ତୋ ହାତ ସଦା ଖୋଜୁଛି ।
ବେଳେ ବେଳେ କଷ୍ଟେ ଭାଙ୍ଗି ପଡ଼େ ମୁହିଁ
କେତେ ଗାଳି ଦିଏ ତୋତେ
ସେ ଗାଳି କାହ୍ନୁ ତୋତେ ବାଧୁଛି ବୋଲି
ସପନେ ବୁଝାଉ ମୋତେ ।
ହୃଦୟ ଦେଇକି ଭଲପାଏ ବୋଲି
ଅଭିମାନ କରେ ବେଶି
ତୁମ ବିନା ମୋର ଦୀପ ଲିଭିଯିବ
ସାଥେ ଥିବ ସଦା ହସି ।
ମନ କଥା ମୋର ମନେ ରଖିଥିଲି
କହିଦେଲି ଆଜି ତୋତେ
ଜନମେ ଜନମେ ଦାସୀ କରି ତୋର
ପାଖେ ରଖିଥିବ ମୋତେ ।
🙏🏻 ଜୟ ଶ୍ରୀ କୃଷ୍ଣ 🙏🏻
✍️ ଗୌରୀ ବେହେରା, ପାରଳାଖେମୁଣ୍ଡି
*****************************