*କିଛି କଥା ଥିଲା* (କବିତା)🌻🌹
ଥିଲା କିଛି କଥା ପୁଣି କହିବାକୁ ସାଥୀ
ସରିଗଲା ପ୍ରେମ ଆମ ମରିଗଲା ପ୍ରୀତି
କଳାମେଘ ସାଥେ ଆଣେ ଅଦିନର ଝଡ
ଭାଙ୍ଗିଦେଇ ଯାଏ ମୋର ସପନର ନୀଡ ।।
ହୃଦୟକୁ ଜାଳିଦେଇ ଚାଲିଯାଏ ପ୍ରିୟା
ବୁକୁତଳେ ଜଳୁଥାଏ ଅହରହ ନିଆଁ
ଅମାନିଆ ଲୁହବୁନ୍ଦା ଝରୁଥାଏ ସଦା
ପ୍ରେମର କାହାଣୀ ଆମ ରହିଗଲା ଅଧା ।।
ଅସରନ୍ତି କୋହ ମୋର ସରିବନି କେବେ
ଅତୀତର ସ୍ମୃତିକୁ ଯେ ମନେ ନିତି ଭାବେ
ହୃଦୟରେ ଥିଲା ତୁମ ଏତେ ପୁଣି ବିଷ
ଛଡେଇନେଲ ଗୋ ତୁମେ ମୋ ଓଠରୁ ହସ ।।
ଏଡିକି ନିଷ୍ଠୁର ତୁମେ ହେଲ ମୋ ପାଇଁ
ରାତି ମୋର ସରୁନାହିଁ ତୁମ ବାଟ ଚାହିଁ ।।
ଛାଡି ଚାଲିଗଲ ମୋତେ କରିଦେଇ ଏକା
ବେଇମାନି ସାଜିଲ ଯେ ଦେଲ ମୋତେ ଧୋକା ।।
ସରିଯାଉ ଆୟୁଷ ମୋ ଅଛି ଯେତେଦିନ
ଅନ୍ତିମ ମୁହୂର୍ତ୍ତେ ମୋର ଲୋଡା ନାହିଁ ଜନ
ଜୁଇଚିତା ହେଉ ମୋର ଅନ୍ତିମ ଠିକଣା
ଚାହୁଁନାହିଁ ଗୋପଲକ୍ଷ୍ମୀ ଧନ କି ପାଉଣା ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର