କୁଇଲି ମିଟୁ ଆଉର୍ କବି ସଂବାଦ୍
ଗୁର୍ ଯେନ ଥିଲେଁ ଚାଁଟିର୍ କାଏଁ ଦୁକାଲ୍
ଗଦା ଗଦା ହେବେ ବୁରି
ଅଏଶୋ ସାନ୍ ହେଇ ତାସିଂଗି ପୂର୍ତୁନୁ
ଗୁର୍ ଦେବେ ସବୁ ଚରି। ୧
ଗୁର୍ କେଭେଁ ନି’ଡାକେ ଆଆ ରେ ଚାଁଟି
ଖାଇଦେ ମୋତେ ଚାଟିପୁଛି
ଗୁରର୍ ବାସ୍ନା ପଟେ ଚାଁଟି ଶୁଂଘ୍ଲେଁ
ହୁଦାଟେ ଯାଏସନ୍ ପହଁଚି। ୨
ଖରାପ୍ ହେଉ କି ବନ୍ଏ ଦରବ୍ ଯେନ
ଆଏଲା ବଏଲେଁ ନଜର୍
ଅବର୍ନିର୍ ଗୁଁଡ଼ା କବି ହାଜର୍ ସେ ଠାନେ
ହେଉଥିବେ ବଜର୍ ବଜର୍। ୩
ତାଁକର୍ କାମ୍ ହାସଲ୍ କର୍ବାର୍ ତକ୍
ଅଁଟାଲୁହିଁ ନମୋନମଃ
କାମ୍ ବନିଗଲେଁ ମାର୍ବେ ପେଟେଁ ଲାତ୍
କହେବେ “ଧର୍ ବେଟା ବମ୍।” ୪
କାମ୍ ହାସଲ୍ ଲାଗି ଆଏଜ୍ତକ୍ ଯେ
ଡାକୁଥିଲା ମିତ୍ବୁଆ
ନିଜର୍ ଫାଏଦା ଗଁଠାଲା ଉତ୍ରୁଁ
ବନିଯାଏସି ଗୁହୁଖିଆ। ୫
ବେଡ଼ା ମୁନୁଷ୍ କେଭେଁ ଚିହ୍ନି ନାଇଁପାରେ
ଇମାନେ ଦେସନ୍ ଫସେଇ
ବୁତା ହାସଲ୍ କରି, ଗୁରୁର୍ କାମ୍କେ
ଦେସନ୍ ଜରୁର୍ ନସେଇ। ୬
ଗୁରୁ ଫଡ଼୍ଫଡ଼ାଲେଁ କହେବେ ମୁହେଁମୁହେଁ
“ସରସ୍ୱତୀର୍ ଆମେ ଭକତ୍
ଚାଲ୍ତି ଧର୍ସାଥିଁ ଆଶୀର୍ବାଦ୍ ମିଲୁଛେ ଆମ୍କୁଁ
ଟିପିନୁ ଝରୁଛେ ଅମ୍ରୁତ୍। ୭
କୁଇଲି ମିତାନ୍ ନାଇଁଶିଖି ଭିଲ୍ ଆମେ
ଗାଏସୁଁ କେଡ଼େ ମଧୁର୍
ମିଟୁ ବାଗିର୍ ଗୁରୁର୍ଠାନୁ ଶିଖ୍ମୁ କାଁକରି
ଶିକ୍ଲା ଫାଂଦି ଜରୁର୍।” ୮
କୁଇଲିକେ କିହେ ନି’ପୁଷନ୍ ରହେସି ଖୁଲା
ଥିସି ବିଟ୍ କଲା ବରନ୍
ମିଟୁ କେଭେଁ ଅସ୍କଟିଆ ନି’ଦିଶେ
ଘରେଁ ଘରେଁ ପୁଷିଥିସନ୍। ୯
ଯେନ୍ତା ପଢ଼ାବ ସେନ୍ତା ଶୁନ୍ସି
କହେସି ଶୁନ୍ଲା କଥା
ଗୁଟେ ମିଟୁ “ହେ ପତିଦେବ୍” କହେଲେଁ
ଉନିଆ କହେସି “ରେ ଘଏତା।”୧୦
ମିଟୁ ଲାଗି ବନ୍ଏ ଗୁରୁ ଦର୍କାର୍
ନୁକୋ କହେବା ଫି’ଦିନେ
କୁଇଲି ବୁପ୍ରି ଫଗୁନ୍ ମାସେଁ ଖାଲି
ଗାଉଥିସି ତାନେ ତାନେ। ୧୧
କବିମାନେ ବତର୍ ଜାନି ବନୁଛନ୍
କେଭେଁ କୁଇଲି କେଭେଁ ମିଟୁ
କାହାକେ କିଛି କହେଲେଁ ନି’ମାନନ୍
ବନୁଛନ୍ ଅଗ୍ଲାଚଟୁ। ୧୨
ମାହାପୁରୁ ଗଢ଼ନ୍ ଦେହର ବରନ୍
କିଏ କଲିଆ କିଏ ଗୁରା
ଗୁରା ଗାରିଦେଲେଁ ବେଦ୍ ପୁରାଣ୍ ହେସି
କଲିଆର ପାଠକ୍ ଦୁରାଦୁରା। ୧୩
ବିଦ୍ଯା ସାଂଗେଁ ବରନ୍ ଧନକେ ଦେଖୁଛନ୍
ଇଜ୍ଜତ୍ ହେଉଛେ ପୁଲ୍ପୁଲା
ଲବାର୍ ବେଡ଼ା ପାଠକ୍ କେତେ କବି ବନି
ସାହିତ୍ଯକେ କରୁଛନ୍ ଉଖ୍ଲା। ୧୪
ତୁମର୍ ଧନ୍ ବରନ୍ ତୁମର୍ ଘରେଁ ରଖ
ଚଉକଷ୍ ପୂରା ବାଂଧି
ଆମର୍ କାମେ ନି’ଆସେ ସେ ସବୁ ଦରବ୍
ଆମେ ନି’ଗୁଚ୍ରୁଁ ଉପାଧି। ୧୫
ଗଅଁଲିଆ କବି ସୁଧୀର୍ ପଂଡା।