କିଏ ଶୁଣିବ
ମୋ ଜୀବନ ନେଲ
ଘର ବି ଭାଙ୍ଗିଲ
ମଣିଷତ୍ଵ ଆଉ ଟୋପାଏ ନାହିଁ
କାହାକୁ କହିବ
କିଏ ବା କହିବ
ପୃଥିବୀ ପାଖରେ ପାଟି ତ ନାହିଁ।।
ଜଙ୍ଗଲ କଟିଲ
ଜୀବଙ୍କୁ ମାରିଲ
ତଥାପି କହୁଛ ନିଜକୁ ଭଲ
ଚମଡା ପିନ୍ଧିଲ
ରକ୍ତରେ ଭିଜିଲ
ଆଧୁନିକତାର ଏ କି ମୂଲ।
ଅଭିଯୋଗ ଅଛି
ଅଭିମାନ ଅଛି
ଶୁଣାଇବା ପାଇଁ କ୍ଷମତା ନାହିଁ
ଆରେ ମଣିଷ ଭାଇ
ତୁ ବି ଦିନେ ଯିବୁ
ଏ ସଂସାର ଛାଡ଼ି
ଏତେ ଅନ୍ୟାୟ କାହିଁ ପାଇଁ।।
ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ
40 total views, 1 views today