କିଛି ତ ସମ୍ପର୍କ ରହିଛି
ସେ ଦିନ ତାଙ୍କୁ ଦେଖିଲି
ଦେଖିବା ପରଠୁ ଏମିତି ଲାଗିଲା
ଯେମିତି କିଛି ତ ସମ୍ପର୍କ ରହିଛି।
ତାଙ୍କ ହସ ହସ ମୁହଁ ମନେ ପଡ଼ିଗଲେ
ହସି ଉଠେ ମୋ ଓଠ ଲାଗେ,
ଯେମିତି କିଛି ତ ସମ୍ପର୍କ ରହିଛି।
ତାଙ୍କ ସହିତ ଗପୁଥିଲେ ଭୁଲିଯାଏ ସବୁକିଛି
ଏ ସବୁ ଭାବି ଲାଗେ,
ଯେମିତି କିଛି ତ ସମ୍ପର୍କ ରହିଛି।
ତାଙ୍କ ଆଖିରେ ଆଖି ମିଶିଗଲେ ଲାଜ ଆସିଯାଏ
ଏମିତି କାହିଁକି ହୁଏ ? ଲାଗେ,
ଯେମିତି କିଛି ତ ସମ୍ପର୍କ ରହିଛି।
ଏ ସବୁ ସେ ନ ବୁଝିଲେ ବି
ବୁଝୁଥିଲି ମୁଁ ସବୁକିଛି,
ଯେମିତି କିଛି ତ ସମ୍ପର୍କ ରହିଛି।
ପ୍ରଜ୍ଞା ପରିମିତା ପାଣିଗ୍ରାହୀ
247 total views, 1 views today