କିଛି ଅଭିମାନର କାହାଣୀ”
**** *** *** *** ***
କିଛି ଅଭିମାନ ଦଳିଦେଲା ସେଦିନ
ପାଦତଳେ ନିରସ୍ତ୍ର ଆଶା ର ଶରୀରକୁ,
ଆଖି ବୁଜିବା ଆଗରୁ ଚେଷ୍ଟା କରିଥିଲା
ପରିପ୍ରକାଶ କରିବାକୁ
ନୀରବି ଯାଉଥିବା ଜିଭ କୋଣରୁ
ନିଃଶ୍ବାସ ନେଉଥିବା କତିପୟ ଶବ୍ଦ ।

ପରାସ୍ତ ହୃଦୟ ସାଉଁଟି ଚାଲିଛି
ଏବେ ବି ବିଞ୍ଚି ହୋଇପଡିଥିବା ଭଗ୍ନାବଶେଷ ,
ନିଜକୁ ଗଢ଼ିବ ପୁନର୍ବାର,
ଆତ୍ମବିଶ୍ୱାସ ର ଅଠା ଦେଇ
ହେଲେ ଏଥର ପାଷାଣ କରି ।

ଫଟା ଆଇନାର ପ୍ରତିବିମ୍ବ ସମ
ଛାତି ଭିତରର ସବୁ ଚିତ୍ର ଉପରେ
ଆଜି ଫଟା ଦାଗ;
ଧିରେ ଧିରେ ଝଡି ପଡୁଛି
ଅଭିଜ୍ଞତା ର ତତଲା ଖରାରେ
ମଉଳା ବିଶ୍ବାସ ର ପାଖୁଡା ।
******** ******* *********
ଅର୍ପିତା ମିଶ୍ର
ଉଳେଇକୁଣ୍ଡି, ଖିଚିଂ ,ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *