April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଖାଣ୍ଟି କଟକିଆ –ବିଶ୍ୱେଶ୍ୱର ମାଝୀ

 

ଖାଣ୍ଟି କଟକିଆ

କଟକ ନଗର ଧବଳ ଟଗର
ପ୍ରାଣବିନ୍ଦୁ ଯହିଁ ଗଢିହେଲା ମୋର।
ପୁରାତନ ରାଜଧାନୀ ବୋଲି ଟେକ
ଅଭିନବ ବାରାଣାସୀ ସେ କଟକ।

ଓଡିଶାର ଶେଷ ସ୍ୱାଧୀନ ନୃପତ୍ତି
କଳା ପାହାଡ ଯା ଆଣିଲେ ବିପତ୍ତି।
ମାତା ଗଡଚଣ୍ଡୀ ଗଡଗଡେଶ୍ୱର
କଟକ ଚଣ୍ଡୀଙ୍କ ମହିମା ଅପାର ।

କଟକର ଚିନ୍ତା ବାଇମୁଣ୍ଡି କରି
ସମର୍ପିଲା ମୁଦ୍ରା ମର୍କତ କେଶରୀ।
ନବ୍ୟ ଭବ୍ଯ ସେହି ରିଂ ରୋଡ ଆଜି
ବଢାଏ କଟକ ସଉଧ ସମୃଦ୍ଧି ।

ବାରବାଟୀ ଠାରେ ମହାନଦୀ ଘାଟ
ବିଶ୍ୱ ପ୍ରସିଦ୍ଧ ଯା ବାଲିଯାତ୍ରା ଥାଟ ।
ବିଡାନାସୀ ଠାରୁ ବିଦ୍ୟାଧରପୁର
ଯୋବ୍ରା ଆନିକଟରୁ ଖାନ ନଗର।

କଲେଜିଏଟ୍ ସ୍କୁଲ ରେଭେନ୍ସା କଲେଜ
ସୟେଦ ସେମିନାରୀ କ୍ରାଏଷ୍ଟ କଲେଜ ।
ଶୈଳବାଳା ଜେକେବିକେ ସେକେଣ୍ଡାରୀ
ବୋର୍ଡ ସ୍କୁଲ ଗଢେ ପ୍ରତିଭା ଆହୁରି ।

ଓଡିଶାର ଯିଏ ଜଣକରେ ଗଣା
ରେଭେନସାଭିଆନ୍ ହୋଇଥିବ ଜଣା ।
ବଡ ମେଡିକାଲ ନିଦାନ ଠିକଣା
ସ୍ୱାସ୍ଥ୍ୟ ସେବା ସରଗରେ ଯାହା ଗଣା।

ଚାନ୍ଦନିଚୌକ ଶିଶୁଙ୍କ ଭବନ
ଶୈଶବର ରୋଗ କରଇ ନିଦାନ ।
ଗୋରା କବରରେ ମଧୁ ବାରିଷ୍ଟର
ନାଲିକୋଠା ଯା’ରେ ମାରେ ଆଖିଠାର।

କାଠଯୋଡି ପଠା ଗାନ୍ଧୀଙ୍କ ଭାଷଣ
ଗୋପବନ୍ଧୁ କରିଥିଲେ ଆମନ୍ତ୍ରଣ ।
ଗୋପାଳ ପ୍ରହରାଜ ଭାଷାକୋଷ ଲେନ
ଦେବୀଗଡା ଯହିଁ ଦଶରା ଭଷାଣ ।

ଆକାଶ ବାଣୀର ପ୍ରତିଭା ତିଆରି
ଅନ୍ନପୂର୍ଣ୍ଣା ଥିଏଟର ପଡେ ଭାରି।
କବି ଚନ୍ଦ୍ର ସେ କାଳୀ ପଟ୍ଟନାୟକ
ଖୋକା ଭାଇ କଲେ ଅକ୍ଷୟ କଟକ।

ରିଂରୋଡ ଉପରେ ନଦୀବଢି ଦୃଶ୍ୟ
ଗୁପଚୁପ ଚାଟ ସାଂଗରେ ଅବଶ୍ୟ ।
ମାଲଗୋଦାମର ହୋଲସେଲ୍ ଦରବ
ଛତର ବଜାରେ ଷଣ୍ଢ ଉପଦ୍ରବ ।

ଗୌରୀଶଙ୍କର୍ ପାର୍କ୍ କାଳିଆର ଚାଟ
ନନା ହୋଟେଲ ଅରୁଆ ଦିବ୍ୟ ଘାଂଟ ।
ରାଣୀହାଟ ପୋଲ ଚକୁଳି ଘୁଗୁନି
ଦୋଳମୁଣ୍ଡେଇର ଥଣ୍ଡା ଲସି ପୁଣି ।

ଦେବୀ ଦୁର୍ଗା ଗ୍ରାଣ୍ଡ ରାଜତରଂଗିଣି
ସମ୍ରାଟ ସଂଗମ ମନ ନିଏ କିଣି ।
ବାଦାମ ବାଡିର କେଁଏକାଁ ଭେଁଏଭାଁ
ରେଳ ଷ୍ଟେସନରେ ମନେ ପଡେ ଗାଆଁ।

ତାରକସି କାମ ପ୍ରସିଦ୍ଧ ବିଶ୍ୱର
ସାଂସ୍କୃତିକ ପ୍ରାଣକେନ୍ଦ୍ର ଓଡିଶାର ।
ଦଶହରା ଚାନ୍ଦିମେଢ ସାହି ସାହି
କଟକକୁ ମନୁ ଭୁଲିବକି କେହି !

ଭାଇଚାରା ଯହିଁ ଏକତା ସାହିର
ଖାଣ୍ଟି କଟକିଆ ଚୌଡା ଛାତି ତା’ର।
ସାରା ରାଇଜର ବଡ ଭାଇ ପଣ
କଟକିଆ କେତେ ଦେବ ବା ପ୍ରମାଣ !

@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।

Loading

Leave a Reply

Your email address will not be published. Required fields are marked *