ଲିପ୍ସା ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ “କେଶବଙ୍କ କ୍ଲେଶ” କୁ ପଢିସାରିଲି । ପୁସ୍ତକଟି ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ପୁସ୍ତକର ପ୍ରତିଟି ଧାଡି ବେଶ୍ ହୃଦୟସ୍ପର୍ଶୀ । ପଢିବା ସମୟରେ ଏମିତି ଅନୁଭବ ହେଉଥିଲା ଯେମିତି ମୁଁ ଆଉ କୋଉ ଅଲଗା ଦୁନିଆରେ ଅଛି । ଗଭୀର ଭକ୍ତିଭାବ ଜାଗ୍ରତ ହେଉଥିଲା ହୃଦୟରେ । ହେଲେ ପୁସ୍ତକର ମୁଖବନ୍ଧରୁ ଜାଣିଲି ବହି ଟି ଲେଖିଲା ବେଳେ କେତେଜଣ କହିଥିଲେ – ” ଆଜିକାଲି ଆଉ ଏ ପୌରାଣିକ ବହି କିଏ ପଢିବ ଯେ ? ” କିନ୍ତୁ ମୁଁ କହିବି ପୌରାଣିକ ବହିର ଚାହିଦା ଆଗରୁ ଥିଲା,ଏବେ ଅଛି ଆଉ ଆଗକୁ ମଧ୍ୟ ରହିବ ।
କେବଳ ଲିପ୍ସା ଦିଦି ନୁହଁ ମୁଁ ନିଜେ ବି ଶୁଣିଛି ବହୁ ଲୋକଙ୍କର ଅଭିଯୋଗ ଥାଏ ଯେ ଏବେର ଯୁବପିଢୀ କାଳେ ଶାସ୍ତ୍ର ପୁରାଣ ଆଉ ଈଶ୍ୱରବିଶ୍ୱାସଠୁ ବହୁତ ଦୂରରେ । ହେଲେ ମୁଁ ଏ କଥାଟିକୁ ସହଜରେ ଗ୍ରହଣ କରି ପାରେନି । ଏବେ ଯାଏ ମୁଁ ଜାଣିନି ଭଗବାନ କିଏ ? ଭକ୍ତି ଶବ୍ଦର ଅର୍ଥ କ’ଣ ? କିନ୍ତୁ ଏତିକି ଜାଣିଛି ଭଗବାନଙ୍କୁ ବିଶ୍ୱାସ କରିବା ପାଇଁ ବୟସର କୌଣସି ଆବଶ୍ୟକତା ନାହିଁ । ଭଗବାନଙ୍କୁ ଭଲପାଇବା ପାଇଁ ବୟସ ପୁଣି ଗୋଟେ କ’ଣ ? ସେଥିପାଇଁ ବୁଢାବୁଢୀ ହେବାଯାଏ ଅପେକ୍ଷା କରିବା ଆଦୌ ଦରକାର ନାହିଁ । କିଏ ଜାଣିଛି ବୁଢାବୁଢୀ ହେବା ଯାଏ ଆମେ ଏ ଦୁନିଆରେ ରହିବା କି ନାହିଁ ?
ହେତୁ ପାଇବା ଦିନରୁ ଦେଖି ଆସିଛି ଆମ ଘରେ ପ୍ରାୟ ସବୁବେଳେ ବିଭିନ୍ନ ପୂଜାପାଠ,ଯଜ୍ଞ ଆଦି ହୁଏ । ପ୍ରତିଦିନ ଘରେ ଗୀତା ଭାଗବତ ପଢାଯାଏ । ବାପାମା’ଙ୍କ ଈଶ୍ୱରଭକ୍ତି ଦେଖିଦେଖି ଭଗବାନଙ୍କ ଉପରେ ମୋର ବି ଅତୁଟ ବିଶ୍ୱାସ । ଅମାପ ଭଲପାଇବା । ନା ମୁଁ ଭକ୍ତି କରିବା ଜାଣିଛି ନା ମୁଁ ଭକ୍ତ । ମୁଁ ତ କେବଳ ଭଲପାଇବା ଜାଣିଛି । ଭଗବାନଙ୍କୁ ମୁଁ ଭଲପାଏ । କହିବାର ଅର୍ଥ ଆଜିର ଯୁବପିଢୀ ଭିତରେ ବି ଈଶ୍ୱରବିଶ୍ୱାସ ଠିକ୍ ସେମିତି ଅଛି ଯେମିତି ଆଗରୁ ଥିଲା । କଥା ଏତିକି ଯେ ଈଶ୍ୱରଙ୍କୁ ଅବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ ସେ ଭିଡ ଭିତରେ ହୁଏତ ଈଶ୍ୱରବିଶ୍ୱାସୀ ମାନେ ଲୁଚି ଯାଇଛନ୍ତି । ହେଲେ କଥାରେ ଅଛି – ” ଗୁଣ ଚିହ୍ନେ ଗୁଣିଆ,ସୁନା ଚିହ୍ନେ ବଣିଆ ” । ନାସ୍ତିକ ମାନଙ୍କର ପ୍ରବଳ ଭିଡ ଭିତରେ ବି ଈଶ୍ୱରବିଶ୍ୱାସୀଟିଏ ଆଉ ଜଣେ ଈଶ୍ୱରବିଶ୍ୱାସୀକୁ ଦେଖିପାରେ । ତା ସହିତ ଭଗବାନଙ୍କ ବିଷୟରେ ଦୁଇ ପଦ କଥା ହେବା ପାଇଁ ବ୍ୟାକୁଳ ହୋଇଉଠେ । ଏଇଟା ମୋର ନିଜସ୍ୱ ଅନୁଭୂତି ।
ସୌଭାଗ୍ୟବତୀ ଗିରି, ଅଧ୍ୟକ୍ଷା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ।
I am not confident where you’re receiving your facts, but terrific topic. I requires to invest a while Discovering additional or understanding more. Thanks for great facts I had been seeking this info for my mission
When someone writes an submit he/she retains the thought of a user in his/her head that how a user can realize it. Hence that’s why this piece of crafting is outstdanding. Thanks!
amazing post