*କେମିତି ବୁଝାଇବି*
ଡ. ପ୍ରିୟମ୍ବଦା ସାମଲ
କେମିତି ବୁଝାଇବି
କେତେ ମୁଁ ଭଲ ପାଏ ବୋଲି
ଭାଷାରେ ଯା ସରେନା
ମନରୁ ଯା ମରେନା
ହ୍ରୁଦୟୁ ଯା ଲିଭେନା
ତୁମେ ତ ମୋ ଆଖି ନୁହଁ
ସେ ଆଖିର ଜ୍ଯୋତି
ତୁମେ ମୋର ଭାଷା ନୁହଁ
ସେ ଭାଷାର ସ୍ବର
ତୁମେ ମୋର ପ୍ରାଣ ନୁହଁ
ସେ ପ୍ରାଣର ଆତ୍ମା।
ଦିବସେ ଆରମ୍ଭେ ସୂର୍ୟ୍ଯ
ଆକାଶେ ଆସିଲା ପରି
ଲାଗି ଥାଅ ସଦା ତୁମେ
ମୋ ହ୍ରୁଦୟେ
ମୋ ମନରେ
ମୋ ଭାଷାରେ
ମୋ ପ୍ରାଣରେ
ବର୍ଷାରେ ବିଜୁଳି ପରି
ଜୀବ ରେ ଜୀବନ ପରି
ଚନ୍ଦ୍ର ରେ ଜ୍ଯୋସ୍ନା ପରି
ତୁମେ ମୋର
ଅତି ଆପଣାର
ମୁଁ ଏକା ହିଁ ତୁମର ଖାଲି
ତୁମ ପାଇଁ
ଏ କବିତା ଲେଖିଲି।
କେମିତି ବୁଝାଇବି
କେତେ ମୁଁ ଭଲ ପାଏ ବୋଲି।
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।