କେହି ନକହୁ

ତୁ କେବଳ ଆଟଲାସ୍ ହୋ
ଓଜନ ମାପିବାକୁ,
ତୁ କେବଳ ପଥର ହୋ
ତମାମ୍ ଜୀବନ ସହିବାକୁ।

ତୋ ରକ୍ତ ବରଫ ହଉ
ତୋ ଆଖିରେ ତିଆରି ହଉ ବନ୍ଧ ଯୋଜନା,
ତୋ ପାଦ ଲୁଚୁ ପରିସ୍ଥିତିର ଅନ୍ଧାରରେ
ତୋ ହାତ ଅଟକୁ ସମାଜର ରୁଦ୍ଧ ଦ୍ୱାରେ।

ବରଂ ,
ତୋ ଛାତି ବୈତରଣୀ ହଉ
ତୋ ଆଖି ବି ହଉ ଚିର ସ୍ରୋତା
ତୁ ବି ଭୋଗୁଥା ଜୀବନ ବେଳ ଅବେଳରେ
ଜୀବନ କାନ୍ଥ ନ ତୋଳୁ ତୋ ଆଗେ,
ତୁ ବି ବଞ୍ଚ୍ ,
କେବଳ ମଣିଷ ଟେ ହେଇ,
ଛାଡ଼ିଦେଇ ପୁରୁଷ ଖୋଳପା
ବଂଚ କେବଳ ମଣିଷ ଟେ ହେଇ…..।

@ଐଶୂର୍ଯ୍ୟା ରାଉତ

 

Leave a Reply

Your email address will not be published. Required fields are marked *