କାଉଁରୀ କନ୍ୟା
ସୀମାଞ୍ଚଳ ପଣ୍ଡା
***********
କାଉଁରୀ କନ୍ୟାର ରୂପ ଚମତ୍କାର
କେତେବେଳେ କେଉଁ ପରି,
ଯାଦୁରେ ସଂସାର ମୋହେ ନିରନ୍ତର
ଜନ ମନ କରେ ଚୋରୀ।
ଜନେ ହୋଇ ମୋହ କରନ୍ତି ଆଗ୍ରହ
ପଡନ୍ତି କନ୍ୟାର ଫାନ୍ଦେ,
ମୁକୁଳିବା ପାଇଁ ବାଟ ନ ମିଳଇ
ଘାରି ହେଉଥାନ୍ତି ମନ୍ଦେ,
ସାଧୁ ପରାମର୍ଶ ହୁଅନ୍ତେ ଆକର୍ଷ
ପଛକୁ ଆସନ୍ତି ଫେରି,
କାଉଁରୀ କନ୍ୟାର ରୂପ ଚମତ୍କାର
କେତେବେଳେ କେଉଁପରି।
ଶୋଷଣ କାରଣ ତାର ଯାଦୁ ପଣ
ଖଟାଏ ଦେଖାଇ ଖେଳ,
ଯାଦୁ ତାର ବଳ ମୋହନ କୌଶଳ
ଜନତାଙ୍କୁ କରେ ଭୋଳ।
ଜୀବନରେ ମୋହ ଜାତକରେ କୋହ
ସର୍ବ ଯାତନାର ମୂଳ,
ମୋହ ବଳେ ଜନ ହୁଏ ବଳ ହୀନ
ଅକାଳେ ପଡଇ କାଳ,
କାଉଁରୀ କନ୍ୟାର ମୋହ ପରକାର
ଭବ ମୋହ ଯାଦୁକାରୀ,
ଯାଦୁରେ ସଂସାର ମୋହେ ନିରନ୍ତର
ଜନ ମନ କରେ ଚୋରୀ।
ଭବର କାଉଁରୀ ବଡ଼ ଯାଦୁକାରୀ
କରିପାରେ ସର୍ବନାଶ,
କାଉଁରୀ କନ୍ୟାର ମୋହ ପରିହର
ସାଧୁ ଗୁଣେ ହୁଅ ବଶ।
**************************
ଶିକ୍ଷକ, ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪।
ସ୍ୱରଚିତ********************
417 total views, 1 views today